ଭୁବନେଶ୍ବର: ନନ୍ଦନକାନନରେ ଜନ୍ମ ନେଇଥିବା ଏକ ବିରଳ ପ୍ରଜାତି କଇଁଛର ମୃତ୍ୟୁ ହୋଇଛି । ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏହି କଇଁଛଟିର ୨ଟି ମୁଣ୍ଡ ରହିଥିଲା । ଯାହାକି ଅତ୍ୟନ୍ତ ବିରଳ ପ୍ରଜାତିର । ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ । ସେପ୍ଟେମ୍ବର 11ରେ ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ । ଗୋଟିଏ ସାମାନ୍ୟ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା ।
୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ ନନ୍ଦନକାନନର ଭେଟେନାରୀରେ ରଖାଯାଇଥିଲା । ହେଲେ ଗତକାଲି ଦୁଇମୁଣ୍ଡିଆ କଇଁଛଟି ମୃତ୍ୟୁବରଣ କରିଛି । କେଉଁ କାରଣରୁ ବିରଳ କଇଁଛର ମୃତ୍ୟୁ ହେଲା ତାହା ସ୍ପଷ୍ଟ କରିନାହାଁନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମୃତ କଇଁଛ ଟି ମୁଖ୍ୟତଃ ପାଣି କଇଁଛ । ପୋଖରୀ, କୂଅ, କେନାଲର ମଧୁର ଜଳରେ ଏମାଙ୍କୁ ଦେଖିବାକୁ ମିଳେ । ଏମାନେ ମୁଖ୍ୟତଃ ଜିଆ, ପୋକ, ମାଛ, ଗେଣ୍ଡା ଖାଇଥାନ୍ତି । ଏହି ପ୍ରଜାତିର କଇଁଛ ବର୍ଷକୁ ଥରେ ମାତ୍ର ବାଲି ଖୋଳି 20 ରୁ ଅଧିକ ଅଣ୍ଡା ଦେଇଥାନ୍ତି ।
Comments are closed.