Latest Odisha News

BREAKING NEWS

ଝାରସୁଗୁଡାରୁ ଉଦ୍ଧାର ହେଲା ବିରଳ ଧଳା କାଉ, ଦେଖନ୍ତୁ ଚିତ୍ର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ମୁଙ୍ଗାପଡ଼ା ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା କାଉକୁ ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାର କରିଛନ୍ତି।

ବୁଧବାର ଅପରାହ୍ନରେ କାଉଟି ଜଣେ ସ୍ଥାନୀୟ ଲୋକର ଘର ଛାତରେ ଆସି ବସିଥିଲା । କୌଣସି କାରଣ ବଶତଃ ସେ ଉଡ଼ି ପାରୁ ନଥିଲା । ଏହା ଦେଖି ଘର ଲୋକେ ତାକୁ ଧରି ଏକ ପଞ୍ଜୁରୀରେ ରଖିଥିଲେ । ଏହାପରେ ବନ ବିଭାଗକୁ ଏନେଇ ସୂଚନା ଦେଇଥିଲେ।

ଉଦ୍ଧାର କାଉଟିକୁ ବନ ବିଭାଗର କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି କାଉଟିକୁ ବର୍ତ୍ତମାନ ଝାରସୁଗୁଡ଼ା ରେଞ୍ଜ ଅଫିସରେ ରଖାଯାଇଛି । କାଉଟି ଉଡ଼ିବା ପାଇଁ ସକ୍ଷମ ହେଲେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.