Latest Odisha News

BREAKING NEWS

ଓଡ଼ିଶା ଓ ଦକ୍ଷିଣ ଏସିଆ ରାଷ୍ଟ୍ରର ନୌବାଣିଜ୍ୟ ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ପ୍ରାଚୀନ ଶିକ୍ଷା ଓ ସାଂସ୍କୃତିକ ନ୍ୟାସ ଆନୁକୂଲ୍ୟରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାର ପ୍ରାଚୀନତା ଓ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକ ସହ ଏହାର ନୌବାଣିଜ୍ୟ ସମ୍ପର୍କ ବିଷୟରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି ।

ପ୍ରତିଷ୍ଠାନର ସଭାୀପତି ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅଲେଖ ଚନ୍ଦ୍ର ଷ୍ଡ଼ଙ୍ଗୀ ମୁଖ୍ୟ ଅତିଥି ଓ ମାଦ୍ରାଜ ବିଶ୍ବ ବିଦ୍ୟାଳୟର ଅବସରପାପ୍ତ ପ୍ରଫେସର ସିନିରୁଦ୍ଧ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ, ଭର୍ଚୁଆଲ ମାଧ୍ୟମରେ ବିଶିଷ୍ଟ ପ୍ରତ୍ନତ୍ତତ୍ୱବିତ ସୁନୀଲ ପଟ୍ଟନାୟକ ଯୋଗଦେଇ କଙ୍ଗୋ , ଜାଭା , କାମ୍ବୋାଡ଼ିଆ ଆଦି ରାଷ୍ଟ୍ରର ବିଭିନ୍ନ ଅଞ୍ଚଳରୁ ମିଳୁଥିବା ଶିଳାଲେଖ ଓ ପ୍ରାଚୀନ ସାହିତ୍ୟରୁ ଓଡ଼ିଶାର ସୁଦୃଢ଼ ଓ ସମୃଦ୍ଧ ନୌବାଣିଜ୍ୟ ସମ୍ପର୍କରେ ମିଳିଥିବା ପ୍ରମାଣ ଉପରେ ଆଲୋଚନା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରିନ୍ଦା ପାରାଂଜାପେ, ସୁରେନ୍ଦ୍ର ନାଥ ଷଡ଼ଙ୍ଗୀ, ଭୋଳାନାଥ ଦାଶ, ରାଜଶ୍ରୀ ପାଢ଼ୀ, ସନ୍ଧ୍ୟାରାଣୀ କହଁର, ସୀମାରାଣୀ ନାୟକ, ବିଷ୍ଣୁ ପ୍ରସାଦ ରଥ, ଅମିତା ମିଶ୍ର, ଅଶୋକ କୁମାର ରଥ, ନାରାୟଣ ମହାପାତ୍ର ପ୍ରମୁଖ ଏହି ଆଲୋଚନା ଚକ୍ରରେ ଯୋଗଦେଇଥିଲେ ।

ବିଭୂତି ଭୂଷଣ ମହାପାତ୍ରଙ୍କ ବେଦ ପାଠରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁମୁଦ ପ୍ରସାଦ ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ ଓ ରମେଶ ଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.