Latest Odisha News

BREAKING NEWS

ସ୍କୁଲରେ ସଂକ୍ରମଣ ରୋକିବାକୁ କୋଭିଡ୍ ମନିଟରିଂ ସେଲ୍ ଗଠନ, ମାସ୍କ ନଥିଲେ ଏଣ୍ଟ୍ରି ନାହିଁ

ଭୁବନେଶ୍ୱର: ବରଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର ଦୁଇଟି ସ୍କୁଲରୁ ୩୪ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପିଲାଙ୍କ ସୁରକ୍ଷା ନେଇ ତତ୍ପରତା ପ୍ରକାଶ ପାଇଛି । ଗତକାଲି ମୁଖ୍ୟମନ୍ତ୍ରୀ କୋଭିଡ୍ ସ୍ଥିତିତ ସମୀକ୍ଷା କରିବା ପରେ ଏସଓପିକୁ କଡ଼ାକଡ଼ି ପାଳନ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ ।

ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲା ମାସ୍କ ପିନ୍ଧି ସ୍କୁଲ ଆସିବେ । ମାସ୍କ ନପିନ୍ଧିଥିଲେ ଏଣ୍ଟ୍ରି ମିଳିବ ନାହିଁ । ପ୍ରବେଶ ପଥରେ ସବୁ ପିଲାଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ସେଠାରେ ସାନିଟାଇଜର ବି ରଖାଯିବ । କ୍ଲାସରୁମରେ ସାମାଜିକ ଦୂରତା ରହିବ । ଏହାକୁ ସୁନିଶ୍ଚିତ କରିବେ ସ୍କୁଲର କୋଭିଡ୍ ମନିଚର୍ (ପିଇଟି) ।

ଯଦି କୌଣସି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା କର୍ମଚାରୀଙ୍କୁ ଥଣ୍ଡା, କାଶ କିମ୍ୱା ଜ୍ୱର ଲକ୍ଷଣ ଥିଲେ ସ୍କୁଲ ନଆସିବାକୁ କୁହାଯାଇଛି । ସ୍କୁଲ ପରିଚାଳନା କମିଟି ନିୟମିତ ବ୍ୟବଧାନରେ କ୍ୟାମ୍ପସକୁ ସାନିଟାଇଜ୍ କରିବେ । ଉଭୟ ଅନ୍‌ଲାଇନ୍‌ କିମ୍ବା ଅଫ୍ଲାଇନରେ ପାଠ ପଢ଼ା ଜାରି ରହିବ । କୌଣସି ଶିକ୍ଷାର୍ଥୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଅଫଲାଇନ କ୍ଲାସରେ ଉପସ୍ଥାପ ଜରୁରୀ ନୁହେଁ ।

ଶିକ୍ଷାନୁଷ୍ଠାନରେ ସଂକ୍ରମଣ ରୋକିବା ପାଇଁ ଓସେପା ପକ୍ଷରୁ କୋଭିଡ୍ ମନିଟରିଂ ସେଲ୍ ଗଠନ କରାଯାଇଛି । ଜିଲ୍ଲାସ୍ତରରେ ବି କୋଭିଡ୍ ମନିଟରିଂ ସେଲ୍ ଗଠନ ପାଇଁ ସବୁ ଡିଇଓଙ୍କୁ କୁହାଯାଇଛି । ସ୍କୁଲର ଦୈନିକ କୋଭିଡ୍ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଓସେପାକୁ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି ।

୫୦୦୦ କ୍ଲଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀ ଦୈନକ ସେମାନଙ୍କ ଅଧିନରେ ଥିବା ଦୁଇ ତିନିଟି ସ୍କୁଲ ପରିଦର୍ଶନ କରି ଏସଓପି ଅନୁପାଳନର ଅନୁଧ୍ୟାନ କରିବେ । ବର୍ତ୍ତମାନ କୋଭିଡ୍ କଟକଣାରେ ରାଜ୍ୟରେ ୧୦ହଜାର ସରକାରୀ ସ୍କୁଲ ଓ ୪ ହଜାର ବେସରକାରୀ ସ୍କୁଲ ଖୋଲିଛି ।

Leave A Reply

Your email address will not be published.