Latest Odisha News

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର : ବିଶିଷ୍ଟ ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ତ୍ରୟୋଦଶ ଯାତ୍ରା ନୀଳାଦ୍ରି ମହୋଦୟାଷ୍ଟମୀର ତାତ୍ପର୍ଯ୍ୟ ଓ ନୀତି ସମ୍ବନ୍ଧରେ ଅନଲାଇନ ମାଧ୍ୟମରେ ଏକ ଧାର୍ମିକ ଆଲୋଚନାଚକ୍ର ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।
ଏହି ଆଲୋଚନାଚକ୍ରରେ ଡ଼ ନରେଶ ଚନ୍ଦ୍ର ଦାଶ ଓ ମହାପ୍ରଭୁଙ୍କର ବିଶିଷ୍ଟ ସେବକ ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ର ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ କହିଲେ ଯେ , ସତ୍ୟ ଯୁଗରେ ସୃଷ୍ଟିକର୍ତ୍ତା ବ୍ରହ୍ମ।, ଦେବର୍ଷି ନାରଦ, ମହର୍ଷି ଭରଦ୍ବାଜ, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଏବଂ ଦେବଗଣ, ଋଷିଗଣ ଓ ଭକ୍ତମାନଙ୍କ ଉପସ୍ଥିତିରେ ବୈଦିକ ମନ୍ତୋଚ୍ଚାରଣ, ବିଭିନ୍ନ ବାଦ୍ଯ ଓ ହରିବୋଲ ହୁଳହୁଳି ମାଧ୍ୟମରେ ଦାରୁମୟ ଚତୁର୍ଦ୍ଧା ବିଗ୍ରହ ପ୍ରଥମକରି ନୀଳାଦ୍ରିରେ ପ୍ରତିଷ୍ଠିତ ସୁରମ୍ଯ ରତ୍ନ ସିଂହାସନ ଊପରେ ଅଧିଷ୍ଠିତ ହୋଇଥିଲେ । ମହାପ୍ରଭୁଙ୍କର ଏହି ଭବ୍ୟ ମହୋତ୍ସବର ସ୍ମୃତିରେ ପ୍ରତିବର୍ଷ ଵୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିମାନ ଅନୁଷ୍ଠିତ ହୋଇଥାଏ । ସେଥିପାଇଁ ବୈଶାଖ ଶୁକ୍ଳ ଅଷ୍ଟମୀ ନୀଳାଦ୍ରି ମହୋଦୟାଷ୍ଟମୀ ବୋଲି କୁହାଯାଏ ଏହି ଅବସରରେ ଠାକୁରମାନଙ୍କୁ ୧୦୮ ଗଡୁ ଅଧିବାସିତ ଜଳରେ ଅଭିଷିକ୍ତ କରାଯାଏ । ନୀଳାଦ୍ରି ମହୋଦୟାଷ୍ଟମୀ ଦିନ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ଦୁର୍ଗତି କ୍ଷୟ ହୋଇଥାଏ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ, ମୁମ୍ବାଇ , ବାଙ୍ଗାଲୋର ପ୍ରଭୃତି ଦେଶର ବିଭିନ୍ନ ରାଜ୍ୟରେ ଥିବା ଓ ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା ପ୍ରତିଷ୍ଠାନର ସଭ୍ଯସଭ୍ଯା ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ହରେକୃଷ୍ଣ ପ୍ରତିହାରୀ, ସନ୍ତୋଷ କୁମାର ପାଟ ପରିଚାଳନା କରିଥିଲେ।

Comments are closed.