Latest Odisha News

କରମଣ୍ଡଳ ପରି ସମ୍ପର୍କାନ୍ତି ଏକ୍ସପ୍ରେସ ସାମ୍ନା କରିଥିଲା ଦୁର୍ଘଟଣା, ଅଘଟଣକୁ ରୋକିଥିଲା ଲୋକପାଇଲଟଙ୍କ ସତର୍କତା!

ରେଳବାଇ ବୋର୍ଡର ଅଧିକାରୀମାନେ ପୂର୍ବରୁ "ବ୍ୟବସ୍ଥାରେ ଗୁରୁତର ତ୍ରୁଟି" ବିଷୟରେ ଚେତାବନୀ ଦେଇଥିଲେ ଏବଂ ଫେବୃଆରୀରେ ଇଣ୍ଟରଲକିଂ ବିଫଳତା ବିଷୟରେ ଚିନ୍ତା ପ୍ରକଟ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।

ନୂଆଦିଲ୍ଲୀ: ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ସିଗନାଲ ବ୍ୟବସ୍ଥାର ସମ୍ଭାବ୍ୟ ବିଫଳତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ସୂଚନା ମିଳିଛି ଯେ ପୂର୍ବରୁ ମଧ୍ୟ ଅନ୍ୟ ଏକ ସ୍ଥାନରେ ଏହିପରି ସିଗନାଲର ବିଫଳତା ଯୋଗୁଁ ଦୁର୍ଘଟଣା ଘଚିଥାନ୍ତା କିନ୍ତୁ ଲୋକପାଇଲଟଙ୍କ ସତର୍କତା ଯୋଗୁଁ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଥିଲା। ହେଲେ ଏବେ କିନ୍ତୁ ବାବାନଗାରେ ଦୁର୍ଘଟଣା ଘଟିଛି। ଯାହା ଶତାଧିକ ଲୋକଙ୍କ ପ୍ରାଣ ନେଇଛି।

ରେଳବାଇ ବୋର୍ଡର ଅଧିକାରୀମାନେ ପୂର୍ବରୁ “ବ୍ୟବସ୍ଥାରେ ଗୁରୁତର ତ୍ରୁଟି” ବିଷୟରେ ଚେତାବନୀ ଦେଇଥିଲେ ଏବଂ ଫେବୃଆରୀରେ ଇଣ୍ଟରଲକିଂ ବିଫଳତା ବିଷୟରେ ଚିନ୍ତା ପ୍ରକଟ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।

ଶୁକ୍ରବାର ସଂଧ୍ୟାରେ ବାଲେଶ୍ୱର ବାହାନଗାଠାରେ କରମଣ୍ଡଳ ଏକ୍ସପ୍ରେସ୍, ଯୋଶବନ୍ତପୁର-ହାଓ୍ୱଡା ସୁପରଫାଷ୍ଟ ଏକ୍ସପ୍ରେସ୍, ମାଲବାହୀ ଟ୍ରେନ୍ ଦୁର୍ଘଟଣା ଘଟି ଅତିକମରେ ୨୮୮ ଜଣଙ୍କ ଜୀବନ ଯାଇଛି। ଶତାଧିକ ଆହତ ହୋଇଥିବା ବେଳେ ଅନେକ ଏବେ ଗୁରୁତର ଭାବେ ଚିକିତ୍ସିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଶୁକ୍ରବାର ସନ୍ଧ୍ୟା ୬ଟା ୫୫ ମିନିଟରେ ବାହାନଗା ବଜାର ଷ୍ଟେସନ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା। ଚେନ୍ନାଇ ଅଭିମୁଖେ ଯାଉଥିବା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଅନ୍ୟ ଏକ ଟ୍ରାକରେ ଛିଡା ହୋଇଥିବା ମାଲବାହୀ ଟ୍ରେନକୁ ଧକ୍କା ଦେବାରୁ ଆଉ ଏକ ଟ୍ରାକରେ ଆସୁଥିବା ଯଶବନ୍ତପୁର ହାଓ୍ୱଡା ସୁପରଫାଷ୍ଟ ଏକ୍ସପ୍ରେସ ସହ ଧକ୍କା ଦେବାରୁ ଏଭଳି ଏକ ଛାତିଥରା ଦୁର୍ଘଟଣା ଘଟିଛି। ଟ୍ରେନଟି ନିଜ ରୁଟରେ ନଯାଇ ଅନ୍ୟ ଏକ ରୁଟକୁ ପଳାଇ ଆସିବା ଏହା ଇଣ୍ଟରଲକିଂ ବିଫଳତାକୁ ଦର୍ଶାଉଥିବା ସୂଚନା ରହିଛି।

ଇଂରାଜୀ ନ୍ୟୁଜ ପୋର୍ଟାଲ ‘ଦ ପ୍ରିଣ୍ଟ’ର ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ରେଳବାଇ ଜୋନର ପ୍ରିନ୍ସିପାଲ ଚିଫ୍ ଅପରେଟିଂ ମ୍ୟାନେଜର ଫେବ୍ରୁଆରି ୯ ତାରିଖରେ ଏକ ଚିଠିରେ ଏକ ଏକ୍ସପ୍ରେସ୍ ଟ୍ରେନ୍ ସହ ଜଡ଼ିତ ଏକ ସିଗନାଲ ଫେଲ୍ ଘଟଣା ଉପରେ ଆଲୋକପାତ କରିଥିଲେ। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଏସ୍ଏମ୍ଏସ୍ ପ୍ୟାନେଲର ରୁଟ୍ ସଠିକ୍ ଦେଖାଯାଉଥିଲେ ମଧ୍ୟ ଟ୍ରେନ ଛାଡ଼ିବାର ରୁଟ୍ ଭୁଲ୍ ଭାବେ ଦେଖାଇଥିଲା, ଯାହା ଫଳରେ ଏକ ସମ୍ଭାବ୍ୟ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଲୋକୋ ପାଇଲଟର ସତର୍କତା ଯୋଗୁଁ ଏଡ଼ାଇ ଯାଇଥିଲା।

ସଂପୃକ୍ତି ମିଡିଆରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଦକ୍ଷିଣ ପଶ୍ଚିମ ରେଳ ଜୋନର ପ୍ରଧାନ ମୁଖ୍ୟ ଅପରେଟିଂ ମ୍ୟାନେଜର ଫେବୃଆରୀ ୯ ତାରିଖରେ ଏକ ଏକ୍ସପ୍ରେସ୍ ଟ୍ରେନ୍ର ସିଗନାଲ ବିଫଳତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଯେ ୮.୦୨.୨୦୨୩ରେ ମୟଶୂର ଡିଭିଜନର ବିରୁର-ଚିକଜାଜୁର ସେକ୍ସନର ହୋସଦୁର୍ଗା ରୋଡ୍ ଷ୍ଟେସନରେ ଗୁରୁତର ଅସୁରକ୍ଷିତ ଘଟଣା ଘଟିଥିଲା, ଟ୍ରେନ ନଂ ୧୨୬୪୯ ସମ୍ପର୍କାନ୍ତି ଏକ୍ସପ୍ରେସ୍, ଯାହା ଏକ ଡାଉନ୍ ଲାଇନରେ ଥିବା ମାଲବାହୀ ଟ୍ରେନ୍ ସହ ମୁହାଁମୁହିଁ ଧକ୍କା ହୋଇଥାନ୍ତା କିନ୍ତୁ ଲୋକପାଇଲଟଙ୍କ ସତର୍କତା ଯୋଗୁଁ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା।

ଏହି ଚିଠିରେ “ବ୍ୟବସ୍ଥାରେ ଗୁରୁତର ତ୍ରୁଟି”କୁ ନେଇ ଉଦବେଗ ପ୍ରକାଶ କରାଯିବା ସହ ଭବିଷ୍ୟତରେ ଦୁର୍ଘଟଣାକୁ ରୋକିବା ପାଇଁ ସିଗନାଲ ରକ୍ଷଣାବେକ୍ଷଣ ବ୍ୟବସ୍ଥାର ତୁରନ୍ତ ତଦାରଖ ଓ ସଂଶୋଧନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

Leave A Reply

Your email address will not be published.