ଭୁବନେଶ୍ବର: କିଛି ଜିନିଷ ଆମ ଚର୍ମ ପାଇଁ ଜହର ଭାବେ କାମ କରେ । ଏହାର ସିଧା ପ୍ରଭାବ ଆମ ଚର୍ମ ଉପରେ ପଡେ । ଦୈନନ୍ଦିନ ଖାଉଥିବା ଖାଦ୍ୟ ବେଶ୍ ଆମ ଶରୀର ଉପରେ ପ୍ରଭାବ ପକାଏ ।
ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଆମ ଚର୍ମ ପାଇଁ ଅଭିଶାପ ସଦୃଶ..
-ଚିନି ଧଳା ଜହର ଅଟେ । ମାତ୍ରାଧିକ ଚିନି ଖାଇବା ଦ୍ୱାରା ଚେହେରାର ଚମକ କମିଯାଏ ଓ ଡ୍ରାଏ ହୋଇ ଚେହାରରେ ଫାଇନଲାଇନ୍ସ ଦେଖାଯାଏ । ତେଣୁ ଚିନି ଖାଇବା କମ୍ କରନ୍ତୁ ।
-ପାଟିକୁ ଛଣାଛଣି ଖାଇବା ଭଲ ଲାଗେ । କିନ୍ତୁ ବଜାରର ମିଳୁଥିବା ଡିପ୍ ଫ୍ରାଏ ଖାଦ୍ୟ ଆଦୌ ଦେହ ପାଇଁ ଭଲ ନୁହେଁ । ଖାସ୍ କରି ରିଫାଇନ୍ ତେଲ । ଅଧିକାଂଶ ସମୟରେ ତେଲ ଯୁକ୍ତ ଖାଦ୍ୟକୁ ନିଜ ଖାଦ୍ୟ ସାରଣୀରେ ମିଶାଇଲେ ଏହା ଚର୍ମରେ ଫାଇନଲାଇନ୍ସ ଓ ରିଙ୍କିଲ୍ସ ସୃଷ୍ଟି କରେ । ତେଣୁ ଏପରି ଖାଦ୍ୟ ଖାଆନ୍ତୁ ନାହିଁ ।
– ଚେହାରକୁ ଫାଇନଲାଇନ୍ସ ଫ୍ରି କରିବାକୁ ଚାହୁଁଛନ୍ତି ତେବେ କମ୍ ତେଲ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଦୈନନ୍ଦିନ ଖାଦ୍ୟରେ ସିଝା ଖାଦ୍ୟ ମିଶାନ୍ତୁ । ତିନି-ଚାରି ଲିଟର ପାଣି ପିଅନ୍ତୁ ।