ଭୁବନେଶ୍ବର: ଆଜି ଖୋର୍ଦ୍ଧା ଜିଲ୍ଲା ଜୁଡ଼ିସିଆଲ କମ୍ପ୍ଲେକ୍ସର ପରିସରରୁ ଉଦ୍ଧାର ହୋଇଛି ଏକ ଦୁଇ ଫୁଟ୍ ଲମ୍ବର ଏକ ନାଗ ସାପ । ସାପଟି ମୁଖ୍ୟ ଫାଟକ ସାମ୍ନାରେ ଥିବା ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ଜଣେ ଡ୍ରାଇଭରଙ୍କ ଆଖିରେ ପଡିଥିଲା । ସେ ପାଟି କରିବାରୁ ସେଠାରେ କର୍ମଚାରୀ ମାନେ ଜମା ହୋଇ ଯାଇଥିଲେ ।
ଲୋକଙ୍କୁ ଦେଖି ସାପଟି ଏକ ଷ୍ଟାଣ୍ଡ ତଳେ ଲୁଚି ଯାଇଥିଲା । ସାପକୁ ଚାରି ପଟୁ ଜଗି ରଖି ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ ଉପସ୍ଥିତ ଥିବା କର୍ମଚାରୀ ମାନେ । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।
ସାପଟିକୁ ସହର ବାହାରେ ଏଲ୍ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । ତେବେ, ରାଷ୍ଟ୍ରପତି ଆସିବା ବେଳେ ଯଦି ସାପଟି ବାହାରିଥାଆନ୍ତା ତେବେ ନିଶ୍ଚୟ ଅସୁବିଧା ହୋଇ ଥାଆନ୍ତା ବୋଲି କର୍ମଚାରୀ ମାନେ ଚର୍ଚ୍ଚା କରୁଥିଲେ । ଛୋଟ ସାପ ଥିବାରୁ ଜୁଡିସିଆଲ କମ୍ପ୍ଲେକ୍ସ ଭିତରେ ଅଧିକ ସାପ ଥିବାର ସନ୍ଦେହ କରାଯାଉଛି ।
Comments are closed.