Latest Odisha News

ନିର୍ବାଚନ ସମ୍ବନ୍ଧୀୟ ଖବର ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲ୍

ଭୁବନେଶ୍ୱର: ଏବେ ନିର୍ବାଚନୀ ଖବର ଉପରେ ପୋଲିସର ରହିବ କଡା ନଜର । ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୁକ୍ତଙ୍କୁ ଆଉ ମିଳିବନି ତ୍ରାହି । ଏଥର ସୋସିଆଲ ମିଡିଆ ମନିଟର କରିବ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲ୍ । ଏନେଇ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ କେଙ୍କୁ ଦାୟିତ୍ବ ମିଳିଛି । ନିର୍ବାଚନ ନୋଡାଲ ଅଫିସର ଭାବେ ସୋସିଆଲ ମିଡ଼ିଆ ଓ ଫେକ୍ ନ୍ୟୁଜ ମନିଟର କରିବା ସହ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଆଇଜି ।

ସୁଚନା ମୁତାବକ, ନିର୍ବାଚନ ସମୟରେ ରାଜ୍ୟର ସୋସିଆଲ ମିଡ଼ିଆ ଓ ଅପପ୍ରଚାର ଜନିତ ଖବର ଓ ଖବର ପରିବେଷଣ କରାଯାଇଥିବା ଖବର ସତ୍ୟତା ଓ ପ୍ରଭାବିତ ହେଲାଭଳି ଖବର ଗୁଡିକୁ ଯାଞ୍ଚ କରି ଉପଯୁକ୍ତ ଆକ୍ସନ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଗୁରୁଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ସ୍ଥିତ ସାଇବର ଭବନରୁ ଏହି ସେଲ ମନିଟର କରାଯାଇଛି । ଏହି ସେଲରେ ୧୦ ରୁ ୧୨ ଜଣ ଆଇଟି ଏକ୍ସପର୍ଟ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି‌ । ଡିଏସପି ରାଙ୍କର ଅଫିସର ସମ୍ପଦ ଦାସଙ୍କୁ ଏହି ସେଲର ଦାୟିତ୍ବ ଦିଆଯାଇଛି ।

ଏହା ବ୍ୟତୀତ ସମସ୍ତ ଜିଲ୍ଲାର ଏସପିଙ୍କ କାର୍ଯ୍ୟାଳୟରେ ମଧ୍ୟ ଡିପିଓ ସେଲ ଖୋଲାଯାଇଛି । ଏହି ଡିପିଓ ସହ ସାଇବର‌ ଭବନ ସ୍ବତନ୍ତ୍ର ମନିଟରିଂ ସେଲ ସହ ଯୋଗାଯୋଗରେ ରହିବେ । ସେମାନଙ୍କ ଜିଲ୍ଲାକୁ ନେଇ ପ୍ରତିଦିନ ପରିବେଷଣ ହେଉଥିବା ଖବର ଉପରେ ନଜର ରଖିବାକୁ ଡିପିଓ ରେ ୩ ରୁ ୪ ଜଣ ଆଇଟି ଅଭିଜ୍ଞତା ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି ।

ଟିଭି ବ୍ରେକିଂ ନ୍ୟୁଜ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ନ୍ୟୁଜ ପୋଷ୍ଟ ପର୍ଯ୍ୟନ୍ତ ପ୍ରତିଦିନ ହେଉଥିବା ଖବରକାଗଜରେ ପରିବେଶିତ ଖବର ଉପରେ ରଖିବେ ନଜର । ନିର୍ବାଚନକୁ ପ୍ରଭାବିତ କଲା ଭଳି ଅତି ସମ୍ବେଦନଶୀଳ ଖବର‌ ହୋଇଥଲେ ତାହାକୁ ତୁରନ୍ତ ଡିଲିଟ କରାଯିବ । ଏନେଇ ଫେସବୁକ, ୟୁଟ୍ୟୁବ, ଏକ୍ସ, ଇନଷ୍ଟାଗ୍ରାମ, ହ୍ବାଟ୍ସଆପ ଓ ବିଭିନ୍ନ ସର୍ଭିସ ପ୍ରୋଭାଇଡରଙ୍କ ସହ ମଧ୍ୟ ଏହି ସେଲ ଯୋଗାଯୋଗରେ ରହିବ ।

 

Leave A Reply

Your email address will not be published.