Latest Odisha News

BREAKING NEWS

ଛାତ୍ରଙ୍କ ପେଟରେ ଛୁରି ଭୁସିଲା ଛାତ୍ର

କୋରାପୁଟ: ଛାତ୍ରଙ୍କ ପେଟରେ ଛୁରି ଭୁସିଲା ଛାତ୍ର । ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପଞ୍ଚଡ଼ା ହାଇସ୍କୁଲ ହଷ୍ଟେଲରେ । ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ରବିବାର ରାତିରେ ହଷ୍ଟେଲରେ ଖାଇବା ବେଳେ ଦୁଇ ଛାତ୍ରଙ୍କ ମଧ୍ୟରେ ଥାଳି ଓ ଲେମ୍ୱୁକୁ ନେଇ ଗଣ୍ଡଗୋଳ ହୋଇଥିଲା । ଉଭୟ ଛାତ୍ର ଦଶମ ଶ୍ରେଣୀର ଅଟନ୍ତି । ଏଥିରେ ରାଗିଯାଇ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରକୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା । ଫଳରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

ଏନେଇ ହଷ୍ଟେଲ୍‌ ପରିଚାଳକ ଶିକ୍ଷକଙ୍କୁ ଖବର ଦେଇଥିଲେ । ଶିକ୍ଷକ ପହଞ୍ଚି ଗୁରୁତର ଛାତ୍ରଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି କୋରାପୁଟ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ବର୍ତ୍ତମାନ ଉକ୍ତ ଛାତ୍ର ଜଣକ ଚିକିତ୍ସାଧୀନ ଅଛନ୍ତି । ପରେ ଆଜି ସକାଳୁ ପରିବାର ଲୋକେ ପହଞ୍ଚିଛନ୍ତି ।

ଖବର ପାଇ ପୋଲିସ ହଷ୍ଟେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.