Latest Odisha News

BREAKING NEWS

ପୂର୍ବତନ ଉପରାଷ୍ଟ୍ରପତିଙ୍କ ମନ୍ଦିର ନିର୍ମାଣ: ଦେବତା ପରି ପୂଜା କରନ୍ତି ଲୋକେ

ରାଜସ୍ଥାନ: ନିଜ ଭିଟାମାଟିକୁ ଖୁବ୍ ଭଲ ପାଉଥିଲେ । ନିଜ ଗାଁ ଲୋକଙ୍କ କଥା ସବୁବେଳେ ଚିନ୍ତା କରୁଥିଲେ । ନିଜ ଗାଁର ଉନ୍ନତି କରିବାକୁ ସବୁବେଳେ ଚେଷ୍ଟା କରୁଥିଲେ । ଉପରାଷ୍ଟ୍ରପତି ପଦରେ ବସିଥିଲେ ମଧ୍ୟ ନିଜ ଗାଁ କଥା ଭୁଲି ନ ଥିଲେ । ଏବେ ସେ ଏ ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କର ଏପରି ମହତ୍ କାର୍ଯ୍ୟ ପାଇଁ ଗାଁ ଲୋକେ ଏକ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା କରୁଛନ୍ତି । କେବଳ ସେତିକି ନୁହେଁ, ଗାଁରେ ବିବାହ,ବ୍ରତ ବା କୌଣସି ଶୁଭ କାର୍ଯ୍ୟ କରାଯାଏ, ପ୍ରଥମ ନିମନ୍ତ୍ରଣ ପତ୍ର ଏହି ମନ୍ଦିରକୁ ଦିଆଯାଇଥାଏ ।

ସିକର ଜିଲ୍ଲାର ଖାଚାରିଆଭାସ୍ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ପୂର୍ବତନ ଉପରାଷ୍ଟ୍ରପତି ଭେରୋ ସିଂ ଶିଖାୱତ । ଏହି ଗାଁରୁ ହିଁ ସେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ଏହି ଗ୍ରାମରେ ରହି ଜନସଙ୍ଘ ପାର୍ଟି ଟିକେଟ୍ ରୁ ପ୍ରଥମେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ନିର୍ବାଚନ ସମୟରେ ଗ୍ରାମବାସୀ ତାଙ୍କୁ ସମର୍ଥନ କରିଥିଲେ, ଯେଉଁଥିପାଇଁ ସେ ଦନ୍ତରାମଗଡ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ହୋଇଥିଲେ ।

ଭେରୋଙ୍କ ମନ୍ଦିର ତାଙ୍କ ଜନ୍ମମାଟି ଖାଚାରିଆଭାସରେ ନିର୍ମାଣ କରାଯାଇଛି । ଯୋଗୀ ସମ୍ପ୍ରଦାୟର ଲୋକମାନେ ଏହି ମନ୍ଦିରର ଦେଖାଶୁଣା କରିଥାନ୍ତି । ମନ୍ଦିରର ପୁରୋହିତ କହିଛନ୍ତି ଯେ, ଭେରୋଙ୍କ ପତ୍ନୀ ସ୍ୱର୍ଗତ ସୁରଜ କାନୱର ଭଗବାନ ଶିବଙ୍କ ମନ୍ଦିର ନିର୍ମାଣ କରିଛନ୍ତି । ଭଗବାନ ଶିବଙ୍କ ଉପରେ ଭେରୋଙ୍କର ଗଭୀର ବିଶ୍ୱାସ ଥିଲା । ସେମାନେ ଏହି ମନ୍ଦିରରେ ଉପାସନା କରୁଥିଲେ । ଭେରୋଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଏହି ଶିବ ମନ୍ଦିରର ନବୀକରଣ କରି ୨୦୦୫ ରେ ତାଙ୍କ ମନ୍ଦିର ନିର୍ମାଣ କରିଥିଲେ । ଏହି ମନ୍ଦିରରେ ତାଙ୍କ ପତ୍ନୀ ସ୍ୱର୍ଗତ ସୁରଜ କାନୱାର, ପିତା ଦେବୀ ସିଂ ଏବଂ ମାତା ବାନେ କାନୱାରଙ୍କ ପ୍ରତିମୂତ୍ତ ର୍ି ମଧ୍ୟ ସ୍ଥାପନ କରାଯାଇଛି । ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ଏହି ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ଗାଁରେ ଏକ ଉତ୍ସବର ଆୟୋଜନ କରାଯାଇଥାଏ ।

ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ, ଏହି ଗାଁରେ ଯାହା ଅଛି ତାହା ଭେରୋଙ୍କ କାରଣରୁ । ଭେରୋ ତାଙ୍କ ଗାଁ ସହିତ କୌଣସି ଭୁଲ୍ ହେବାକୁ ଦେଉ ନ ଥିଲେ । ସେ ଗାଁର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ତାଙ୍କ ଯୋଗୁଁ ଖରିଆଭାସ୍ ଗାଁ ସମଗ୍ର ଭାରତରେ ଜଣାଶୁଣା । ଏହି କାରଣରୁ, ଯେତେବେଳେ ବି ଗ୍ରାମରେ କୌଣସି ଶୁଭ କାର୍ଯ୍ୟ କରାଯାଏ, ପ୍ରଥମ ନିମନ୍ତ୍ରଣ କାର୍ଡ ଭେରୋ ମନ୍ଦିରରେ ରଖାଯାଏ । ଏଠାରେ ପୂଜା କରିବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ସେହି ଶୁଭ କାର୍ଯ୍ୟ କରିଥାନ୍ତି ।

Leave A Reply

Your email address will not be published.