Latest Odisha News

BREAKING NEWS

ଗୁଣପୁର ପୌରସଂସ୍ଥା ଟେଣ୍ଡରରେ ଅନିୟମିତତା, ହାଇକୋର୍ଟରେ ପହଞ୍ଚିଲା ମାମଲା

ରାୟଗଡ଼ା: ପୂର୍ତ୍ତ ବିଭାଗର ଟେଣ୍ଡର କୋଡକୁ ବେଖାତିର୍ ଓ ଚଞ୍ଚକତା କରି ସବୁ ବେଳେ ବିବାଦ ଘେରରେ ଗୁଣପୁର ପୌରସଂସ୍ଥା । ଠିକାଦାର ନିଜର ଉଚିତ୍ ନ୍ୟାୟ ଦେବାରେ ବଞ୍ଚିତ କରୁଛନ୍ତି ଏହି ଅନୁଷ୍ଟାନ ଟେଣ୍ଡର କମିଟି । କିଛି ମୁଷ୍ଟିମେୟ ନେତା ଓ ଯନ୍ତ୍ରୀମାନଙ୍କ ଯୋଗୁଁ ନିରୀହ ଠିକାଦାର ମାନେ ନିଜର ହକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ଟେଣ୍ଡରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ହାଇକୋର୍ଟରେ ମାମଲା ଦାୟର ହୋଇଛି ।

ଏଥିରେ ପୌରସଂସ୍ଥାର ଅଧ୍ୟକ୍ଷା, ନିର୍ବାହୀ ଅଧିକାରୀ, ଏମ.ଇ, ରାୟଗଡ଼ା ଡିଆରଡିଏ ଏପିଡି (ଆର୍ଥିକ), ଗୁଣପୁର ଉପଜିଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟରଙ୍କୁ ପକ୍ଷଭୁକ୍ତ କରାଯାଇଛି । ବର୍ତ୍ତମାନ ପୌରସଂସ୍ଥାର ୬୪ଟି ପ୍ରକଳ୍ପ କୋର୍ଟର କାଠଗଡ଼ାରେ ରହିଛି । କେନ୍ଦ୍ର ଓ ରାଜ୍ୟସରକାରଙ୍କ ସହ ଭାଗିତାରେ ୫କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅନୁଦାନ ଗୁଣପୁର ପୌରସଂସ୍ଥା ଜରିଆରରେ ବିଭିନ୍ନ ୱାର୍ଡରେ ୬୪ଟିପ୍ରକଳ୍ପ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଗତ ୬ ତାରିଖରେ ଅନଲାଇନ ମାଧ୍ୟମରେ ଠିକାଦାରମାନଙ୍କୁ ଆବେଦନ କରିବାକୁ ପ୍ରକାଶ କରାଯାଇଛି ।

୨୭ ତାରିଖ ଟେଣ୍ଡର ଆହ୍ୱାନରେ ଶେଷ ଦିବସ ରଖା ଯାଇଥିଲା । ଏହି ୬୫ଟି କାମକୁ ଶତାଧିକ ଠିକାଦାର ଅଂଶଗ୍ରହଣ କରିଥିଲେ । ଏଥିରୁ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ସଠିକ୍‍ ଜିଏସଟି ଓ ଇଏମଡି ଦାଖଲ ହୋଇନଥିବା ଦର୍ଶାଇ ଟେଣ୍ଡର ପ୍ରକ୍ରିୟାରେ ବାଦ୍‍ କରାଯାଇଥିଲା । ତୃତୀୟ ଶ୍ରେଣୀ ଠିକାଦାର ଶିବପ୍ରସାଦ ଗୌଡ, ଅନନ୍ତ ଗୌଡ, ସିଏଚ.ନନ୍ଦିକେଶରୀ ରାଓ, ଚିନାରୀ ଭେଙ୍କଟକିଷ୍ଣା ରାଓ. ସୁରେଶ ଲାବାଲା ଇତ୍ୟାଦି ଠିକାଦାରଙ୍କୁ ସିଭିଲ ଜିଏସଟି ବଦଳରେ ବାଣିଜ୍ୟଭିତ୍ତିକ ଜିଏସଟି ପ୍ରମାଣପତ୍ର ଟେଣ୍ଡର ପ୍ରକିୟାରେ ଦାଖଲ କରାଯାଇଥିବା କାରଣ ଦର୍ଶାଇ ପୌରସଂସ୍ଥାର ଏମାନଙ୍କ ଆବେଦନକୁ ଖାରଜ କରି ଦେଇଛି । ଅନ୍ୟ କେତେକ ଠିକାଦାରଙ୍କ ସବୁ ଠିକ ଥାଇ ମଧ୍ୟ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି ।

କିଛି ଠିକାଦାର ବ୍ୟବସାୟଭିତ୍ତିକ ଜିଏସଟି ସହ ସିଭିଲ କାମ ଓ ଅନ୍ୟ କାମ କରିବାର ପ୍ରମାଣ ପତ୍ର ଥିଲେ ସୁଦ୍ଧା ଅତି ତରବରିଆ ଭାବେ ଟେଣ୍ଡର ପ୍ରକ୍ରିୟାରେ ବାଦ୍‍ ଦିଆଯାଇଥିବା ନେଇ ଗତକାଲି ରାୟଗଡ଼ା ଜିଲାପାଳଙ୍କୁ ଅବଗତ କରିଛନ୍ତି । ଗତ କିଛିମାସ ତଳେ ଟେଣ୍ଡର ସମୟରେ ଉପରୋକ୍ତ ଠିକାଦାରମାନେ ବର୍ତ୍ତମାନ ଦାଖଲ କରିଥିବା ଜିଏସଟି ପ୍ରମାଣ ପତ୍ର ଦାଖଲ କରି କାମ କରିଥିବା ବେଳେ ଏବେ କେମିତି ବାଦ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ।

୪ମାସ ତଳେ ଦିଆଯାଇଥିଲା ପ୍ରମାଣପତ୍ର ବର୍ତ୍ତମାନ ଟେଣ୍ଡରରେ ଦାଖଲ କରାଯାଇଥିବାବେଳେ କିଛି ଆକ୍ରୋଶ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଅଯଥାରେ ଟେଣ୍ଡରରେ ବାଦ୍‍ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ସେହିଭଳି ବାଲାଜୀ ପାଣିଗ୍ରାହି (ଭିନ୍ନକ୍ଷମ) ଠିକାଦାର ଭାବେ ପୌରସଂସ୍ଥାଗତ ୨୦ବର୍ଷ ହେଲା ଟେଣ୍ଡର ଅଂଶଗ୍ରହଣ କରି ବିଭିନ୍ନ ପ୍ରକଳ୍ପ କରିଥିବା ବେଳେ ଉକ୍ତ ଟେଣ୍ଡରରେ ମନ୍ଦ ଉଦ୍ଦେଶ୍ୟ ରଖି ନାକଚ କରିଥିବା ଅଭିଯୋଗ କରିଛନ୍ତି । ଯଦି ଭୁଲ୍ ଜିଏସଟି ଦାଖଲ ହୋଇଥିଲା ତାହାହେଲେ ଗତ କିଛିମାସ ତଳେ ହୋଇଥିବା ଟେଣ୍ଡରରେ କେମିତି ଯୋଗ୍ୟ ହୋଇପାରିଲେ ଏହି ଠିକାଦାର ବୋଲି ପ୍ରଶ୍ନ ହେଉଛି ।

ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିବା ଓ ମୋଟା ଅଙ୍କର ପିସିକୁ ବିିରୋଧି କରି ଆସୁଥିବା ଠିକାଦାରଙ୍କୁ ବର୍ତ୍ତମାନ ଟେଣ୍ଡରରେ ବାଦ୍‍ ଦେବାଭଳି ବେଆଇନ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଏହି ଠିକାଦାରମାନେ ଦାବି କରିଛନ୍ତି । ପୌରସଂସ୍ଥାର ଏଭଳି ଟେଣ୍ଡର ପ୍ରକ୍ରିୟା ଅନିୟମିତତା ଓ ଜାଣିଶୁଣି ନିଦ୍ଧିଷ୍ଟ ଠିକାଦାରଙ୍କୁ ଏଥିରୁ ବଞ୍ଚିତ କରିବା ଘଟଣା ପଛରେ ବଡଧରଣ ରହସ୍ୟ ରହିଥିବା ଆଲୋଚନା ହେଉଛି । ଏସବୁକୁ ବିରୋଧି କରି ଆଜି ଠିକାଦାର ଶିବପ୍ରସାଦ ଗୌଡ ହାଇକୋର୍ଟରେ ଏକ ମାମଲା ରୁଜୁ କରି ନ୍ୟାୟ ଭିକ୍ଷା କରିନ୍ତି ।

ପୌରସଂସ୍ଥାର ଅଧ୍ୟକ୍ଷା, ନିର୍ବାହୀ ଅଧିକାରୀ, ପୌରସଂସ୍ଥା ଯନ୍ତ୍ରୀ, ରାୟଗଡା ଡିଆରଡିଏ ଏପିଡି (ଆର୍ଥିକ), ଗୁଣପୁର ଉପଜିଲାପାଳ କାର୍ଯ୍ୟାଳୟର ଟେପୁଡି କଲେକ୍ଟରଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି । କୋର୍ଟ ଦୁଇଦିନ ଛୁଟି ଥିବାରୁ ମଙ୍ଗଳ କିମ୍ବା ବୁଧବାର ଟେଣ୍ଡର କମିଟିର କର୍ମକର୍ତ୍ତାଙ୍କୁ ନୋଟିସ କରାଯିବ ବୋଲି ଠିକାଦାର ଶିବଙ୍କ ହାଇକୋର୍ଟ ଓକିଲ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଟେଣ୍ଡର ହୋଇଥିବା ୬୪ଟି ପ୍ରକଳ୍ପ ହାଇକୋର୍ଟର କାଠଗଡାରେ ଛିଡା ହୋଇଛି । ପୌରସସ୍ଥାର ଏଭଳି ଭୂଲ ନିଷ୍ପତ୍ତି ଯୋଗୁଁ ସହରରେ ବିକାଶ ପ୍ରକ୍ରିୟାରେ ବାଧାପ୍ରାସ୍ତ ହେବା ସହ ଠିକାଦାରମାନେ ନ୍ୟାୟ ଭିକ୍ଷା ପାଇଁ ଅଯଥା କୋର୍ଟକୁ ଦୌଡି ନୟାନ୍ତ ହେବାକୁ ପଡୁଛି । ବର୍ତ୍ତମାନ ହାଇକୋର୍ଟ କଣ ନିର୍ଦେଶ ଆସୁଛି ତାହା ଏବେ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.