Latest Odisha News

BREAKING NEWS

ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାମନ୍ଥା

ମୁମ୍ବାଇ: ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । ସାମନ୍ଥା ଏବେ ତାଙ୍କ ବାନ୍ଧବି ଅନୁଷା ସ୍ୱାମୀଙ୍କ ସହ ଏହି ଟ୍ରିପରେ ଯାଇଛନ୍ତି । ସେ ତାଙ୍କ ବାନ୍ଧବୀଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସଛନ୍ତିି । ଉଭୟଙ୍କ ଏହି ଡ଼୍ୟାନ୍ସକୁ ଦେଖି ଦର୍ଶକେ ଖୁବ ପ୍ରଶଂସା କରିଛନ୍ତି । ଏହାର କିଛି ଭିଡିଓ ଓ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସେ ତାଙ୍କ ସାଙ୍ଗଙ୍କ ସହ ଡ୍ୟାନ୍ସ ଭିଡିଓ ସେୟାର କରି ଲେଖିଛନ୍ତି, ଗର୍ଲ ଟ୍ରିପ ୧୦୦/୧୦୦ । ଭାଇରାଲ ଭିଡିଓରେ ସାମନ୍ଥା ମେଣ୍ଟିରୋସା ବାୟ ରାଫାଗା ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତିି । ଉଭୟ ସର୍ଟସ ପ୍ୟାଣ୍ଟ ଓ ଟ୍ୟାକ ଟପ ପିନ୍ଧିଛନ୍ତି । ଭିଡିଓରେ ଉଭୟ କ୍ଲାପ କରି ଭିନ୍ନ ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି ।

ନିଜ ସ୍ୱାସ୍ଥ୍ୟକୁ ନଜରରେ ରଖି ତାଙ୍କର ସବୁ କାମ ଶେଷ କରି ପ୍ରାୟ ୬ ମାସ ସେ କାମରୁ ବିରତି ନେଇଛନ୍ତି । ଏହି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ବିଶ୍ରାମ ନେବା ସହ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଥିଲେ । ଏହି ବିରତି ନେଉଥିବାରୁ ସେ କୌଣସି ବି ପ୍ରୋଜେକ୍ଟ ସାଇନ କରି ନ ଥିଲେ । ଏମିତିକି ସେ ମେକର୍ସଙ୍କ ଆଡଭାନ୍ସ ପେମେଣ୍ଟ ବି କୁଆଡେ ଫେରାଇ ଦେଇଥିଲେ । ସାମନ୍ଥା ପ୍ରତିଟି ଫିଲ୍ମ ପାଇଁ ୪ କୋଟି ଟଙ୍କା ଡିମାଣ୍ଡ କରିଥାଆନ୍ତି । ଏଥିପାଇଁ ତାଙ୍କୁ ବହୁତ ବଡ କ୍ଷତି ସହିଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.