Latest Odisha News

ଇରାକରେ ଜଳିଗଲା ବିବାହ ମଣ୍ଡପ:୧୦୦ ମୃତ, ୧୫୦ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: ଇରାକର ଏକ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ଏଥିରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି  । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି  । ଘଟଣାସ୍ଥଳରେ ଜୋରସୋରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ମୂତାବକ ଇରାକର ହମଦାନିଆ ଜିଲ୍ଲାର ଏଆଇ ହାଏଥାମ ବିବାହ ମଣ୍ଡପରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି  । ଏହା ଏତେ ଭୟଙ୍କର ଥିଲା ଯେ ଦେଖୁଦେଖୁ ନିଆଁ ପୁରା ମଣ୍ଡପରେ ବ୍ୟାପି ଯାଇଥିଲା । ଏଥିରେ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ  ।  ସେପଟେ ଏହି ଘଟଣାରେ  ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ସୁଦାନି ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି  ।

Comments are closed.