Latest Odisha News

ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ; ୬ ଶ୍ରମିକ ମୃତ, ୧୦ ରୁ ଅଧିକ ଆହତ

କାନପୁର: ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୬ ଜଣ ଶ୍ରମିକ ପ୍ରାଣ ହରାଇବା ସହ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ଏହାସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, କାନପୁରର ଦେହାତ ଦେଇ ଯାଇଥିବା ଜାତୀୟ ରାଜପଥରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ୨୨ ଜଣ ରହିଥିବା ବେଳେ ସେମାନେ ସମସ୍ତେ ଟ୍ରକ୍ ତଳେ ଚାପି ହୋଇ ରହିଯାଇଥିଲେ ।

ତେବେ ୨୨ଜଣଙ୍କ ମଧ୍ୟରୁ ୬ଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୧୬ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୮ ଜଣ ଶ୍ରମିକ ଗୁରୁତର ଥିବା ଜଣା ପଡିଛି।

ଟ୍ରକରେ ଥିବା ଜଣେ ମହିଳା ଶ୍ରମିକ ଦେଇଥିବା ସୂଚନାନୁଯାୟୀ, ଟ୍ରକଟି ହରୀରପୁରରୁ ଇଟାବା ଆଡେ ଯାଉଥିଲେ ।  ସେମାନେ ଇଟାବାର ଏକ କୋଇଲା ଖଣିରେ କାମ କରିଥାନ୍ତି । ଗାଡିର ଡ୍ରାଇଭର ଅଧିକ ସାଉଣ୍ଡରେ ଗୀତ ବଜାଇବା ସହ ଖୁବ ଜୋରରେ ଗାଡି ଚଳାଉଥିଲା । ଫଳରେ ଟ୍ରକଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଛନ୍ତି । ଗାଡିଟି ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ଆସି ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ ।

Leave A Reply

Your email address will not be published.