ନୂଆଦିଲ୍ଲୀ: ବେଳେବେଳେ ନିଜରକୁ ଆସିଥିବ ଖାସ୍ କରି ବିଦେଶ ଚାଷୀଙ୍କ କ୍ଷେତରେ ବିଶାଳକାୟ କଖାରୁ ହୋଇଥାଏ ତ ହାତେ ଲମ୍ବାର ଗାଜର , ମୂଳା । ବହୁତ ଚାଷୀଙ୍କ ବିଶାଳକାୟ ପରିବାକୁ ବିଶ୍ବରେକର୍ଡରେ ସାମିଲ ମଧ୍ୟ କରାଯାଇଛି । ଏବେ ଏପରି ଏକ ଛତୁର ଚର୍ଚ୍ଚା ଚାରିଆଡେ ହେଉଛି ଯାହାର ଓଜନ ୫କେଜି ହେବ ।
ହଁ ଆଜ୍ଞା ଆପଣ ଏପରି ଛତୁ କେବେ ଦେଖିଛନ୍ତି କି ? କିଛି ଦିନ ତଳେ ବ୍ରିଟେନର ୨୭ବର୍ଷୀୟା ଆଲିସିମନ ମିନିଟ୍ ତାଙ୍କ ବାପାଙ୍କ ସହ ଏକ ଚାଷ ଜମିରେ ବୁଲୁଥିବା ବେଳେ ଏପରି ଏକ ଛତୁ ପାଇଥିଲେ । ବକିଂହାମଶାୟରରେ ଆଲିସିମନ ତାଙ୍କ ବାପାଙ୍କ ସହ ସନ୍ଧାନ କରିଥିବା ଛତୁ ତାଙ୍କ ମୁଣ୍ଡ ଠାରୁ ଦୁଇଗୁଣ ବଡ ହେବ ଯାହାର ଓଜନ ଥିଲା ୫କେଜି ।
ସେ କହଛନ୍ତି ଯେ,ଉକ୍ତ ଛତୁକୁ ସେ ଘରକୁ ଆଣିବା ପରେ ସପ୍ତାହେ ଯାଏଁ ତାଙ୍କ ପରିବାର ଏଥିରୁ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଥିଲେ । କିନ୍ତୁ ଲଗାତର ଖାଇବା ଯୋଗୁଁ ସେ ଅସୁସ୍ଥ ଅନୁଭବ କରିଥିଲେ ।
ତାଙ୍କର କହିବା ଅନୁସାରେ ପ୍ରଥମେ ସେହି ଛତୁରୁ ମସଲାଦାର ଛତୁ ରେସିପି କରିଥିଲେ , ପରେ ମରସୁମ୍ ପିଜା, ମସରୁମ ପାସ୍ତା ଆଦି ରାନ୍ଧି ଥିଲେ ।
୨୦୧୭ରେ ସେ ଏପରି ଏକ ବଡ ଛତୁ ପାଇଥିଲେ କିନ୍ତୁ ତାହା ପାଞ୍ଚ କେଜିରୁ କମ୍ ରହିଥିଲା ।