Latest Odisha News

BREAKING NEWS

ଏମିତି ଏକ ଗାଁ, ଯେଉଁଠି ଜୋତା ପିନ୍ଧିବା ଅଭିଶାପ !

ମଦୁରାଇ: ସଦ୍ୟ ସ୍ଥିତିରେ ଭଳିକିଭଳି ଜୋତା ପିନ୍ଧିବା ଏବେ ଟ୍ରେଣ୍ଡ ସେଟ୍ଟର୍ ପାଲଟିଛି । ଏପରିକି ଲୋକେ ଦେହର ଲୁଗା ସହ ଜୋତାକୁ ମ୍ୟାଚିଂ କରିବାକୁ ପସନ୍ଦ କରିଥାନ୍ତି । ହେଲେ ଆଜିର ଆଧୁନିକ ଯୁଗରେ ଭାରତରେ ଏମିତି ଏକ ଗାଁ ରହିଛି, ଯେଉଁଠି ଲୋକେ ଜୋତା କମ୍ବା ଚପଲ ନାଁ ଶୁଣିଲେ କ୍ରୋଧିତ ହୋଇଥାନ୍ତି । ଏହି ଗାଁରେ ଏବେ ବି ଜୋତା ପିନ୍ଧିବା ଅଭିଶାପ ବୋଲି ବିବେଚନା କରାଯାଇଥାଏ ।

ତାମିଲନାଡୁର ମଦୁରାଇ ସହରରୁ ମାତ୍ର ୨୦ କିମି ଦୂରରେ ରହିଛି କଲିମାୟନ ଗାଁ । ଏହି ଗାଁର ଲୋକେ କାହିଁ କେବେଠୁ ବର୍ଷବର୍ଷ ଧରି ଜେତା ପିନ୍ଧିନାହାନ୍ତି । ଏପରିକି ଗାଁର ଲୋକେ ନିଜ ପିଲାମାନଙ୍କୁ ବି ଜୋତା ପିନ୍ଧିବାକୁ ବାରଣ କରିଥାନ୍ତି । ଯଦି ଏହି ଗାଁରେ କେହି ଜୋତା ପିନ୍ଧିଥିବା ନଜରକୁ ଆସେ, ତେବେ ତାକୁ କଠୋର ଦଣ୍ଡରେ ଦଣ୍ଡିତ ମଧ୍ୟ କରାଯାଇଥାଏ । ଜୋତା ନପିନ୍ଧିବା ନେଇ ଏହି ଗାଁରେ ଲାଗୁ ହୋଇଛି ଏକ ଅଦୃଶ୍ୟ ତଥା ଅଘୋଷିତ ନିୟମ ।

ତେବେ ଏଠିକାର ଲୋକେ ଜୋତା ନପିନ୍ଧିବା ପଛରେ ଏକ ରୋଚକ କାହାଣୀ ରହିଛି । ଏହି ଗାଁରେ ଆପାଚ୍ଚି ନାମକ ଭଗବାନଙ୍କୁ ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ସେମାନଙ୍କ ବିଶ୍ୱାସ ରହିଛି ଏହି ଭଗବାନ ତାଙ୍କୁ ସମସ୍ତ ବିପଦରୁ ରକ୍ଷା କରିଥାନ୍ତି । ଜୋତା ପିନ୍ଧିବା ଦ୍ୱାରା ଭଗବାନ ଆପାଚ୍ଚିଙ୍କ ପ୍ରତି ବିଶ୍ୱାସ ଓ ଆସ୍ଥାର କ୍ଷୁର୍ନ ହେଉଥିବା ମନେ କରି ଏଠି ଜୋତା ପିନ୍ଧିବା ସମ୍ପୁର୍ନ ନିଷେଧ କରାଯାଇଛି । ବଂଶାନୁକ୍ରମ ଧରି ଏଠିକାର ଲୋକେ ଜୋତା ନପିନ୍ଧିବା ପରମ୍ପରାକୁ ଆପଣେଇ ଚାଲିଛନ୍ତି । ତେବେ ଗାଁ ବାହାରକୁ ଗଲେ ଏଠିକାର ଲୋକେ ଜୋତା ପିନ୍ଧିଥାନ୍ତି ।

Leave A Reply

Your email address will not be published.