Latest Odisha News

BREAKING NEWS

ଗାଁ ନା କରୋନା: ପ୍ରବେଶ କରିବାକୁ ଡରୁଛନ୍ତି ଲୋକ !

ଲକ୍ଷ୍ନୌ: ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି କରୋନା । ଭାରତରେ ମଧ୍ୟ ଏହାର ପ୍ରକୋପ କିଛି କମ୍ ନୁହେଁ ।ଏପରି ସଙ୍କଟ ସମୟରେ ସମ୍ନାକୁ ଆସିଛି ଏକ ନିଆରା ଚିତ୍ର। ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲା ରହିଛି ଏକ ଗାଁ, ଯାହାର ନାଁ କରୋନା । ଏହି ଗାଁର ଗ୍ରାମବାସୀଙ୍କ ଦୁଃଖ କହିଲେ ନସରେ। ତାଙ୍କ ଗାଁ ନାମରେ ଏକ ମହାମାରୀ ଯେ ଦିନେ ଦୁନିଆରେ ଆତଙ୍କ ସୃଷ୍ଟି କରିବ ତାହା କେହି କେବେ ଭାବି ନଥିଲେ । ମହାମାରୀର ନାମ ବହନ କରୁଥିବାରୁ ଏବେ ବାହାରର ଲୋକେ ତାଙ୍କ ଗାଁକୁ ଆସିବାକୁ ଡରୁଥିବା ବଡ଼ ଦୁଖଃରେ ପ୍ରକାଶ କହିଛନ୍ତି ଗ୍ରାମବାସୀ ।

ଏହି ନାଁରୁ ଗ୍ରାମବାସୀ ଏଭଳି ବିମୁଖ ହୋଇ ଯାଇଛନ୍ତି ଯେ, ଏହାର ନାମ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିବା ଲାଗି ଯୋଜନା କରିଛନ୍ତି ବୋଲି ସୂଚନା ମିଳିଛି। ନିଜର ଏଭଳି ନିଆରା ନାଁ ପାଇଁ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ଏହି ଗାଁ।

Comments are closed.