Latest Odisha News

BREAKING NEWS

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହେବ ୨ ଶହୀଦ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଲଦାଖ ଗଲୱାନ୍ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଶହୀଦ ହୋଇଥିବା ୨ ବୀର ଓଡ଼ିଆ ଯବାନଙ୍କୁ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯିବ ଅନ୍ତିମ ବିଦାୟ ।

ନିଜ ଜନ୍ମମାଟିରେ ଗାର୍ଡ ଅଫ୍‌ ଅନର ସହ ସମ୍ପନ୍ନ ହେବ ୨ ବୀର ଯବାନଙ୍କ ଶେଷକୃତ୍ୟ।

ସୂଚନାଯୋଗ୍ୟ, ଗତ ସୋମବାର ଭାରତ ଓ ଚିନ ମଧ୍ୟରେ ହୋଇଥିବା ସଂଘର୍ଷରେ ଦେଶ ପାଇଁ ବଳିଦାନ ଦେଇଥିଲେ ଭାରତ ମାତାର ୨୦ ବୀର ସୁପୁତ୍ର । ଏହି ୨୦ ଜଣଙ୍କ ମଧ୍ୟରେ ଥିଲେ ଓଡ଼ିଶାର ଦୁଇ ବୀର। ଜଣେ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିୟରପାଙ୍ଗା ଗ୍ରାମର ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନ । ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ଚମ୍ପାରଦା ଗ୍ରାମର ଶହୀଦ ନନ୍ଦୁରାମ ସୋରେନ ।

Leave A Reply

Your email address will not be published.