Latest Odisha News

BREAKING NEWS

ଏମିତି ଏକ ଗାଁ ଯେଉଁଠି ରାବଣ ପୂଜା ପାଆନ୍ତି, ଜୟ ଲଙ୍କେଶଙ୍କ ସ୍ଲୋଗାନରେ କମ୍ପିଉଠେ ପରିବେଶ

ମଧ୍ୟପ୍ରଦେଶ :ସାଧାରଣତଃ ରାମାୟଣରେ ରାବଣଙ୍କୁ ଖଳପ୍ରକୃତିର ଚରିତ୍ର ଭାବେ ଅବତାରଣା କରାଯାଏ । ହେଲେ ଏମିତି ଏକ ଗାଁ ଅଛି, ଯେଉଁଠି ରାବଣଙ୍କୁ କରାଯାଏ ପୂଜାର୍ଚ୍ଚନା । ଏହି ଗାଁରେ ରାବଣଙ୍କୁ ଦେବତା ଭାବେ ଲୋକେ ମାନିଥାନ୍ତି । ଗାଁରେ କାହାରି ବିବାହ,ବ୍ରତ ବା ଅନ୍ୟାନ୍ୟ ଶୁଭ କାର୍ଯ୍ୟ କରାଗଲେ ପ୍ରଥମେ ପ୍ରଭୁ ରାବଣଙ୍କୁ ନିମନ୍ତ୍ରଣ ଦିଆଯାଏ । ଏହା ପରେ ହିଁ ଗାଁରେ ଶୁଭକାର୍ଯ୍ୟ ଆରମ୍ଭ ହୋଇଥାଏ । ଏଠାକାର ଲୋକେ ରାବଣଙ୍କୁ ଗ୍ରାମ ଦେବତା ଭାବେ ପୂଜା କରନ୍ତି ।

ବିଦିଶାଠାରୁ ୪୦ କିଲୋମିଟର ଦୂରରେ ରହିଛି ଏହି ଗାଁ । ଏହିି ଗାଁ ରାବଣ ଗାଁ ଭାବେ ବେଶ୍ ପରିଚିତ । ରାବଣର ଏହି ଗାଁ ଏକ ଧାର୍ମିକ ସ୍ଥାନ । ରାବଣ ମହାପ୍ରଭୁଙ୍କ ଅନୁଗ୍ରହରେ ଏଠାରେ ସମସ୍ତ କାର୍ଯ୍ୟ ଭଲରେ ହୋଇଥାଏ । ଗାଁରେ କାହାର ବିବାହ କରାଯିବା ପୂର୍ବରୁ ଏହି ମନ୍ଦିରରେ ନଡ଼ିଆ ଏବଂ ଦୀପ ରଖି ପ୍ରଭୁ ରାବଣଙ୍କୁ ନିମନ୍ତ୍ରଣ କରିବା ସହ ଅନୁମତି ନିଆଯାଏ । ଯଦି ବିବାହ ପୂର୍ବରୁ କେହି ଏଠାରେ ଦୀପ ରଖନ୍ତି ନାହଁ, ତେବେ ବିବାହ ଚାଲିଥିବା ଘରେ କଡ଼େଇରେ ତେଲ ମଧ୍ୟ ଗରମ ହୁଏ ନାହିଁ । ସେହିପରି ଯଦି କେହି ଗାଁରେ କୌଣସି ଏକ ନୂଆ ଗାଡ଼ି କିଣନ୍ତି ପ୍ରଥମେ ରାବଣ ମନ୍ଦିରକୁ ନେବା ପରେ ଘରକୁ ନେଇଥାନ୍ତି । ନହେଲେ କିଛି ଅଘଟଣ ଘଟିବାର ସମ୍ଭାବନା ଥାଏ ବୋଲି ଲୋକଙ୍କ ବିଶ୍ୱାସ । ଏଠାରେ ଯଦି କେହି କିଛି ମାନସିକ ରଖନ୍ତି, ତାହା ପୂରଣ ମଧ୍ୟ ହୋଇଥାଏ । ତେଣୁ ଏଠାକାର ଲୋକେ ପ୍ରଭୁ ରାବଣଙ୍କୁ ଖୁବ ବିଶ୍ୱାସ କରିିଥାନ୍ତି ।

ମନ୍ଦିରର ପୁରୋହିତ ନରେଶ ମହାରାଜ କହିଛନ୍ତି ଯେ, ଏହି ମନ୍ଦିର ନିର୍ମାଣ କରାଯିବା ପଛରେ ଏକ ରୋଚକ କାହାଣୀ ରହିଛି । ତ୍ରେତୟା ଯୁଗରୁ ଏହି ମନ୍ଦିର ସାମ୍ନାରେ ଏକ ପର୍ବତ ଅଛି । ଯେଉଁଠାରେ ଜଣେ ଭୂତ ରହୁଥିଲା । ସେଠାରେ ତାଙ୍କ ସହ ଲଡିବାକୁ କେହି ନ ଥିଲେ, ଏହା ପରେ ସେ ଲଙ୍କା ଯାଇଥିଲେ । ଲଙ୍କାରେ ସେ ରାବଣକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ, ଆମ ଅଞ୍ଚଳରେ ମୋ ସହ ଲଢିବାକୁ କେହି ନାହାଁନ୍ତି, ଯୁଦ୍ଧ କରିବାକୁ ରାବଣ ପ୍ରସ୍ତୁତ ବୋଲି କହିଥିଲେ । ଏହା ପରେ ରାବଣ ସେହି ଭୂତକୁ ହତ୍ୟା କରି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରାଇଥିଲେ । ହତ୍ୟା କରିବା ପରେ ରାବଣ ସେହି ଖଣ୍ଡାକୁ ଏଠାରେ ପୋତିଥିଲେ । ଯାହା ଏବେ ବି ଏହି ମନ୍ଦିର ସମ୍ମୁଖରେ ରହିଛି । ରାବଣ ଏହି ଗାଁରେ ବିଶ୍ରାମ ନେଇଥିଲେ । ସେହି ଦିନଠାରୁ ଏଠାରେ ରାବଣଙ୍କର ଏକ ବିଶ୍ରାମ ନେଉଥିବାର ମୂର୍ତ୍ତି ରହିଛି ।

Leave A Reply

Your email address will not be published.