Latest Odisha News

BREAKING NEWS

ଲଢେଇ ସରିଲା, ଏଥର ମୋଦିଙ୍କ ସହ ସିଦ୍ଦରମେୟାଙ୍କ ବନ୍ଧୁତା!

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ବିଜେପିକୁ ମାତ ଦେବା ସହ ସରକାର ଗଢ଼ିଛି କଂଗ୍ରେସ। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ପକ୍ଷରୁ କରାଯାଇଥିବା ବହୁ ସ୍କିମ ଓ ଯୋଜନାକୁ ବାଦ ଦିଆଯାଇଛି।

ଏପରିକି କେନ୍ଦ୍ରର ବିଜେପି ସରକାର ମଧ୍ୟ କର୍ଣ୍ଣାଟକ କଂଗ୍ରେସ ସରକାରକୁ ଅନ୍ନଭାଗ୍ୟ ସ୍କିମ ପାଇଁ ଚାଉଳ ନ ଯୋଗାଇବାରୁ ଏହାକୁ ନେଇ ଉଭୟ ମୁହାଁମୁହିଁ ହେବା ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା।

ଏବେ କିନ୍ତୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଆସନ୍ତାକାଲି ଅର୍ଥାତ ତିନି ତାରିଖ ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କର ମୋଦୀଙ୍କ ସହ ସାକ୍ଷାତ ହେବ।

ଲୋକସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ଦିଲ୍ଲୀରେ ଏଆଇସିସି ପକ୍ଷରୁ କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏଥିରେ କର୍ଣ୍ଣାଟକ କଂଗ୍ରେସର ୫୦ ରୁ ଅଧିକ ପ୍ରଭାବୀ ନେତା ଯୋଗ ଦେବା ସହ ଆଗାମୀ ଲୋକସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ହୋଇଛି।

ସେପଟେ ମୋଦିଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭେଟିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। କର୍ଣ୍ଣାଟକ ବିଜୟ ପରେ ଏହା ମୋଦୀଙ୍କ ସହ ସିଦ୍ଦରମେୟାଙ୍କର ପ୍ରଥମ ବୈଠକ ହେବ।

ମୋଦିଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ପ୍ରମୁଖଙ୍କୁ ଭେଟିବେ ସିଦ୍ଦରମେୟା।

ଏପରିକି କର୍ଣ୍ଣାଟକ କଂଗ୍ରେସ ସରକାରର ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ପ୍ରମୁଖ ମଧ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିବେ। ଗୋଟିଏ ପଟେ ନିର୍ବାଚନ ସମୟରେ ମୁହାଁମୁହିଁ ସ୍ଥିତିକୁ ଆସିଥିବାବେଳେ ଏବେ ସିଦ୍ଧାରମେୟା ମୋଦୀଙ୍କ ସାକ୍ଷାତ ଜାତୀୟ ରାଜନୀତିରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.