Latest Odisha News

ଚୁମ୍ବନ ଦୃଶ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ଶବନା: କହିଲେ ଧର୍ମେନ୍ଦ୍ରଙ୍କ ପରି ପୁରୁଷଙ୍କୁ ଚୁମ୍ବନ ଦେବାକୁ କିଏ ରାଜି ନ ହେବ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ କିଛି ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ପୂର୍ବରୁ ଧର୍ମେନ୍ଦ୍ର ପ୍ରତିକ୍ରିୟା ଦେଇସାରିଥିବା ବେଳେ ଏବେ ଶବନା ନିଜର ପ୍ରତିିକ୍ରିୟା ରଖିଛନ୍ତି ।

ଏନେଇ ଶବାନା ଆଜମୀ କହିଛନ୍ତି ଯେ, ଏହି ଦୃଶ୍ୟକୁ ନେଇ ଏତେ ଚର୍ଚ୍ଚା ହେବ ବୋଲି ମୁଁ କେବେ ଭାବି ନଥିଲି । ଯେତେବେଳେ ଆମେ ଚୁମ୍ବନ ଦୃଶ୍ୟର ସୁଟିଂ କରୁଥିଲୁ, ସେତେବେଳେ ସେଟ୍‌ରେ ଲୋକମାନେ ହସିବା ସହ ଖୁସି ମଧ୍ୟ ହୋଇଥିଲେ । ଏହାକୁ ନେଇ କାହାର କୌଣସି ସମସ୍ୟା ନଥିଲା । ଏଇଟା ସତ ଯେ ମୁଁ ପୂର୍ବରୁ ପରଦାରେ ଅଧିକ ଚୁମ୍ବନ ଦୃଶ୍ୟ କରି ନାହିଁ । କିନ୍ତୁ ଧର୍ମେନ୍ଦ୍ରଙ୍କ ପରି ଆକର୍ଷଣୀୟ ପୁରୁଷଙ୍କୁ ଚୁମ୍ବନ ଦେବାକୁ କିଏ ବା ଇଚ୍ଛା ନ କରିବ । ଏହି ଦୃଶ୍ୟକୁ ନେଇ ସ୍ୱାମୀ ଜାଭେଦ ଅଖତାରଙ୍କୁ ବି ସେତେଟା ଆଶ୍ଚର୍ଯ୍ୟ କରି ନାହିଁ । ଏହି ଦୃଶ୍ୟକୁ ନେଇ ସେ ଯେତିକି ବ୍ୟଥିତ ନ ଥିଲେ ତା’ଠାରୁ ଅଧିକ ବ୍ୟଥିତ ଥିଲେ ଫିଲ୍ମରେ ମୋର ରାଉଡି ବ୍ୟବହାରକୁ ନେଇ । ତାଙ୍କୁ ଫିଲ୍ମଟି ପସନ୍ଦ ଆସିଛି ।

Leave A Reply

Your email address will not be published.