ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏକ ସୂତ୍ର ଦ୍ବାରା କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣର ଗୋଟିଏ ସପ୍ତାହ ପୂର୍ବରୁ ଆତଙ୍କବାଦୀମାନେ ପହଲଗାମ ଆସିଥିଲେ ଏବଂ ଅନେକ ପର୍ଯ୍ୟଟନସ୍ଥଳର ରେକି କରିଥିଲେ। ରେକି କରିବା ପରେ ହିଁ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ବୈସାରଣ ଘାଟିକୁ ବାଛିଥିଲେ।
ସୂଚନାଥାଉକି, ୨୨ ଏପ୍ରିଲ (ମଙ୍ଗଳବାର) ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପହଲଗାମର ‘ବୈସାରଣ ଘାଟି’କୁ ଟାର୍ଗେଟ ଭାବରେ ବାଛିଥିଲେ। ଏହି ସ୍ଥାନଟି ପହଲଗାମ୍ ସହରରୁ ପ୍ରାୟ ଛଅ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଏହାକୁ ‘ମିନି ସ୍ୱିଜରଲ୍ୟାଣ୍ଡ’ ମଧ୍ୟ କୁହାଯାଏ। ଏହି ଆକ୍ରମଣ ୨୨ ଏପ୍ରିଲ୍ ୨୦୨୫ ଦିନ ପ୍ରାୟ ୨:୪୫ ସମୟରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି କରାଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ଘଟଣାସ୍ଥଳରେ ୨୬ ଜଣ ପ୍ରାଣ ହରାଇଥିଲେ। ଆତଙ୍କବାଦୀମାନେ ପ୍ରାୟ ପନ୍ଦର ମିନିଟ୍ ଧରି ଗୁଳି ଚଳାଇଥିଲେ। ଆତଙ୍କବାଦୀମାନେ ଯୋଜନାବଦ୍ଧ ଭାବରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ,କିଛି ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧିଥିଲେ ଏବଂ ସେମାନଙ୍କ ପାଖରେ AK-47, M4 କାର୍ବାଇନ୍ ରାଇଫଲ୍ସ ଏବଂ ଷ୍ଟିଲ୍-ଟିପ୍ଡ କବଚ-ଭେଦକାରୀ ଗୁଳି ମଧ୍ୟ ଥିଲା।
Comments are closed.