ଭୁବନେଶ୍ୱର – ଆମ ରାଜ୍ୟର ସାମର୍ଥ୍ୟ ପ୍ରାକୃତିକ ସମ୍ବଳ । ଯାହା ବିଭିନ୍ନ ପୁଞ୍ଜିନିବେଶର ମୁଖ୍ୟ ଆକର୍ଷଣ । କିନ୍ତୁ ଯଦି ଆମେ ଭିତ୍ତିଭୂମି କ୍ଷେତ୍ରକୁ ଅନୁଧ୍ୟାନ କରିବା ପ୍ରକଳ୍ପ ଆରମ୍ଭ କରିବା ପାଇଁ ଜମି ଅଧିଗ୍ରହଣ ଏକ ମୁଖ୍ୟ ପ୍ରତିବନ୍ଧକ । ଆମ ସାମର୍ଥ୍ୟ ଜାଣିବା ସହିତ ଆମର ଦୁର୍ବଳତାକୁ ଚିହ୍ନଟ କରି ପାରିଲେ ଆମେ ବେଶ୍ ପ୍ରଗତି କରିପାରିବା । କେବଳ ପ୍ରାକୃତିକ ସମ୍ବଳକୁ ନେଇ କୌଣସି ରାଷ୍ଟ୍ରର ବିକାଶ ହୋଇ ନ ପାରେ, ରାଷ୍ଟ୍ରର ପ୍ରଗତି ମାନବ ସମ୍ବଳର ବିକାଶ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ।
ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିକ ୱେବିନାର ‘ଓଡିଶାର ବିକାଶ ଏବଂ ପୁଞ୍ଜିନିବେଶର ପରିବେଶ’ରେ ଅଂଶଗ୍ରହଣ କରି ବୈଜୟନ୍ତ ପଣ୍ଡା ଏହି ମତ ଦେଇଥିଲେ ।
ଓଡିଶାର ପୂର୍ବତନ ମୁଖ୍ୟଶାସନ ସଚିବ ତଥା କାର୍ୟ୍ୟକ୍ରମର ମଡରେଟର ବିଜୟ କୁମାର ପଟ୍ଟନାୟକ କାର୍ୟ୍ୟକ୍ରମର କହିଥିଲେ, ‘ଯଦି ଆମେ କେବଳ ପ୍ରାକୃତିକ ସମ୍ବଳକୁ ଧରି ରଖିବା ତେବେ ପ୍ରଗତି କରିପାରିବା ନାହିଁ, ମାନବ ସମ୍ବଳର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆମେ ନିଜକୁ ସମୃଦ୍ଧ ଭାବେ ଗଢି ତୋଳିଲେ ଅନ୍ୟମାନେ ଆମ ସହ ଯୋଡି ହେବାକୁ ଆଗେଇ ଆସିବେ । ଏହି କ୍ରମରେ ଓଡିଶାର ସଫଳ ଉଦ୍ୟୋଗୀ ଯୁବ ଉଦ୍ୟୋଗୀମାନଙ୍କର ମାର୍ଗଦର୍ଶକ ହୋଇପାରିଲେ ସୁଫଳ ମିଳିପାରିବ । ’
େଓବିନାରରେ ଅଂଶଗ୍ରହଣ କରିଥିବା ନାଇରୋବିରେ ଅବସ୍ଥାପିତ ଆଇଟି ସ୍ପେଶିଆଲିଷ୍ଟ ପନ୍ନଗ ପଟ୍ଟନାୟକ କହିଥିଲେ ଯେ ବିକାଶ ପାଇଁ କୃଷି କ୍ଷେତ୍ରକୁ ବିଶେଷ ଧ୍ୟାନ ଦେବା ସହିତ ଏହାକୁ କିପରି ଲାଭଦାୟକ କରାଯାଇପାରିବ ସେ ଦିଗରେ କାର୍ୟ୍ୟ କରିବା ଉଚିତ । ସେହିପରି ସିଙ୍ଗାପୁରରେ ଅବସ୍ଥାପିତ ସୋମ୍ୟରଞ୍ଜନ ସିଂ କହିଥିଲେ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଆମେ ପଛରେ ରହିଛେ । ବିଦେଶରେ ରହି ଆମେ ଆମ ରାଜ୍ୟର ଉନ୍ନତି ନିମନ୍ତେ କିପରି ଏକ ବିଶ୍ୱସ୍ତରୀୟ ନେଟୱର୍କ ସୃଷ୍ଟି କରିପାରିବା ସେ ଦିଗରେ ଉଦ୍ୟମ କରୁଛୁ । ଦରକାର ପଡିଲେ ଯୁବ ଉଦ୍ୟୋଗୀଙ୍କୁ ସହାୟତାର ହାତ ବଢାଇବା ପାଇଁ ସର୍ବଦା ପ୍ରସ୍ତୁତ ବୋଲି ସେ କହିଥିଲେ ।
ସୂଚନା ଯୋଗ୍ୟ ଯେ, ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ଓଡିଶାର ବିକାଶକୁ ଦୃଷ୍ଟିରେ ରଖି ସାମାଜିକ ସେବା ପାଇଁ ଉତ୍ସର୍ଗୀକୃତ ଏକ ବେସରକାରୀ ଅନୁଷ୍ଠାନ । ଓଡିଶାର ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ତଥା ଓଡିଶା, ଭାରତ ଓ ବିଦେଶରେ ରହୁଥିବା ଓଡିଆଙ୍କ ସହିତ ଜଡିତ ଥିବା ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନାମୂଳକ କାର୍ୟ୍ୟକ୍ରମମାନ ଆୟୋଜନ କରିଆସୁଛି ।
BREAKING NEWS
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
Comments are closed.