Latest Odisha News

BREAKING NEWS

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଚାର୍ଜସିଟ ଦାଖଲ,ମାସୁଦ ଆଝାର ମାଷ୍ଟର ମାଇଣ୍ଡ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଚାର୍ଜଶିଟ୍ ମଙ୍ଗଳବାର ଏନଆଇଏ ଦାଖଲ କରିଛି । ୧୩ ହଜାର ୫ଶହ ବିଶିଷ୍ଟ ଏହି ଚାର୍ଜଶିଟରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନ ମାସୁଦ ଆଝାରକୁ ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଇଛି । ଏହା ବ୍ୟତୀତ ଅନ୍ୟ ୧୩ଜଣଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଛି ।

୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ସିଆରପିଏଫର ୪୦ଜଣ ଯବାନ ଶହୀଦ ହୋଇଥିଲେ । ଡେପୁଟି ଇନ୍ସପେକ୍ଟର ଜେନେରାଲ ସୋନିଆ ନାରଙ୍ଗ ଓ ପୋଲିସ ଅଧିକ୍ଷକ ରାକେଶ ବଲୱାଲଙ୍କୁ ନେଇ ଗଠିତ ଟିମ୍ ଏହାର ଯାଂଚ କରିଥିଲେ ।

Leave A Reply

Your email address will not be published.