Latest Odisha News

BREAKING NEWS

ନିଜ ମାଆଙ୍କ ଦ୍ୱିତୀୟ ବିବାହ କରାଇଲେ ଅଭିନେତା ସିଦ୍ଧାର୍ଥ, ସେୟାର କଲେ ଫଟୋ

ମୁମ୍ବାଇ: ନିକଟରେ ‘ଇମ୍‌ଲି’ ଫେମ୍ ସୁମ୍ବୁଲ ତାଙ୍କ ପିତାଙ୍କୁ ଦ୍ୱିତୀୟ ବିବାହ କରାଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଆଉ ଜଣେ ଅଭିନେତା ତାଙ୍କ ନିଜ ମାଆଙ୍କ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ମରାଠୀ ଅଭିନେତା ସିଦ୍ଧାର୍ଥ ଚାନ୍ଦକର ତାଙ୍କ ମାଆଙ୍କର ଦ୍ୱିତୀୟ ବିବାହ କରାଇ ଦୁନିଆ ସାମ୍ନାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେ ବିବାହ ସମୟର କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରିଛନ୍ତି ।

BjdElectrycity

ଅଭିନେତା ସିଦ୍ଧାର୍ଥ ନିଜ ମାଆଙ୍କ ଦ୍ୱିତୀୟ ବିବାହ କରାଇଥିବା ତାଙ୍କ ପ୍ରଶଂସକ ଜାଣିବା ପରେ ସେମାନେ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା କରିଛନ୍ତିି । ତାଙ୍କ ମା’ଙ୍କ ବିବାହର ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ତୁମର ଦ୍ୱିତୀୟ ଇନିଂସ ପାଇଁ ଅଭିନନ୍ଦନ ମାଆ! ତୁମେ ମଧ୍ୟ ସାଥୀ ଚାହୁଁଛ, ତୁମେ ନିଜ ପିଲାମାନଙ୍କଠାରୁ ଭିନ୍ନ ଜୀବନ ଚାହୁଁଛ, ତୁମେ ଏକ ଭିନ୍ନ ସୁନ୍ଦର ଦୁନିଆ ଚାହୁଁଛ, ମୁଁ କେବେ ବି ଏକଥାକୁ ହୃଦୟଙ୍ଗମ କରିନାହିଁ । ତୁମେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତଙ୍କ ବିଷୟରେ ଚିନ୍ତା କରିଛ । ବର୍ତ୍ତମାନ ନିଜ ବିଷୟରେ ଏବଂ ତୁମର ନୂଆ ସାଥୀଙ୍କ ବିଷୟରେ ଚିନ୍ତା କର । ତୁମର ପିଲାମାନେ ସର୍ବଦା ତୁମ ସହିତ ଅଛନ୍ତି । ତୁମେ ମୋ ବିବାହ ଧୁମ୍‌ଧାମ୍‌ରେ କରାଇଥିଲ । ଏବେ ମୁଁ ତୁମ ବିବାହ କରାଉଛି । ତୁମ ବାହାଘର ମୋ ଜୀବନର ଅନ୍ୟତମ ସୁନ୍ଦର ବିବାହ । ତୁମକୁ ବହୁତ ଭଲପାଏ ମାଆ । ଏପରି କଥା ତାଙ୍କ ପ୍ରଶଂସକ ହୃଦୟକୁ ଛୁଇଁଛି ।

ଅଭିନେତାଙ୍କୁ ତାଙ୍କର ଏପରି କାମ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ସିଦ୍ଧାର୍ଥଙ୍କ ଏହି ପୋଷ୍ଟରେ କେବଳ ସାଧାରଣଲୋକ ନୁହଁନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିରୁ ମଧ୍ୟ ଅଭିନନ୍ଦନ ଜଣାଯାଉଛି ।

Leave A Reply

Your email address will not be published.