Latest Odisha News

BREAKING NEWS

ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଚାଲିଗଲା ମହିଳାଙ୍କ ଜୀବନ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବିରିଘାଟ ଗାଁର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ତୁମ୍ବିତୋଫାନ ହୋଇଛି । ଡାକ୍ତରଙ୍କ ଅନୁପସ୍ଥିତି ଓ ଚିକିତ୍ସା ନମିଳିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଅନୁସାରେ ଗୀତାଞ୍ଜଳି ଖର୍ଶେଲଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କର ଗତକାଲି ପ୍ରସବ ବେଦନା ହୋଇଥିଲା । ସେଥିପାଇଁ ତାଙ୍କୁ ଖଡିଆଳ ମେଡିକାଲକୁ ନେବା ବେଳେ ରାସ୍ତାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

ପୁତ୍ର ସନ୍ତାନ ଜନ୍ମ ପରେ ମଧ୍ୟ ମହିଳାଙ୍କର ପ୍ଲାସେଣ୍ଟା ବାହାରିନଥିଲା । ସେଥିପାଇଁ ତାଙ୍କୁ ଖଡିଆଳ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଉପସ୍ଥିତ ନଥିବାରୁ ନର୍ସ ଚିକିତ୍ସା କରିଥିଲେ । ହେଲେ ସେ ସଫଳ ନହେବାରୁ ତାଙ୍କୁ ବେସରକାରୀ ମିଶନ ହସ୍ପିଟାଲକୁ ପଠାଯାଇଥିଲା । ହେଲେ ସେଠାରେ ମଧ୍ୟ କିଛି ଲାଭ ନମିଳିବାରୁ ରାୟପୁରକୁ ପଠାଯାଇଥିଲା ।

ଆଉ ରାସ୍ତାରେ ଯିବା ବେଳେ ଗୀତାଞ୍ଜଳିଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଡାକ୍ତରଙ୍କ ଆନ୍ଦୋଳନ ଓ ଚିକିତ୍ସାରେ ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ । ତେଣୁ ତୁରନ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଟଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୋଲି ଦାବି ହୋଇଛି ।

Leave A Reply

Your email address will not be published.