Latest Odisha News

BREAKING NEWS

ଦୋଷ ନଥାଇ ଦେଢ଼ ମାସ ଜେଲ୍‌ ଦଣ୍ଡ ଭୋଗିଲେ ଯୁବକ!

ମୟୂରଭଞ୍ଜ: ବିନା ଦୋଷରେ ଦେଢ଼ ମାସ ଜେଲ୍‌ ରେ ରହିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ମୟୂରଭଞ୍ଜ ଜିଲ୍ଲାରୁ । ଯୁବକ ଜଣକ ହେଲେ ଖୁଣ୍ଟା ଥାନା ଅଧୀନ ସାଇଁକୁଳା ଗ୍ରାମର ଅଶ୍ୱିନୀ ଦେ । ମୟୂରଭଞ୍ଜ ଜିଲା ଖୁଣ୍ଟା ପୋଲିସ ଚଢ଼ାଉ କରିବା ବେଳେ ବିନା ଦୋଷରେ ଅଶ୍ୱିନୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ନେଇ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସୂଚନା ମୁତାବକ, ଜୁଲାଇ ୧୮ ତାରିଖ ୨୦୨୩ ରେ ଖୁଣ୍ଟା ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ଅଶ୍ବିନୀଙ୍କ ଘରୁ ୭୯ ହଜାର ଟଙ୍କା ଜବତ କରିଥିଲା । ଏହା ସହ ନିଜ ଆଡୁ ଏକ ଦେଶୀ ବନ୍ଧୁକ ଆଣି ପୋଲିସ ରଖି ଫଟୋ ଉଠାଇବା ସହ ଅଶ୍ୱିନୀଙ୍କ ଘରୁ ଟଙ୍କା ସହ ଦେଶୀ ବନ୍ଧୁକ ଜବତ ହୋଇଥିବା ଦର୍ଶାଇଥିଲା । ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ପରେ ଜେଲ୍ ରୁ ମୁକୁଳିବା ପରେ ବିନା ଦୋଷରେ ଜେଲ ଯାଇଥିବାରୁ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା କହି ସେ ବାରମ୍ବାର ଏସଡିପିଓଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳିନାହିଁ । ଏସ୍‌ଡିପିଓ ମଧ୍ୟ ଅଶ୍ୱିନୀଙ୍କ ସ୍ତ୍ରୀଙ୍କ ଅଭିଯୋଗର ତଦନ୍ତ କରି ତାଙ୍କ ଘରୁ ବନ୍ଧୁକ ଜବତ ହୋଇ ନ ଥିବା ସାକ୍ଷୀଙ୍କୁ ପଚରାଉଚରା ପରେ ଜଣାପଡ଼ିଥିବା ସେ ଦର୍ଶାଇଛନ୍ତି । ଏବେ ସୁଦ୍ଧା ନ୍ୟାୟ ମିଳି ନ ଥିବାରୁ ଶେଷରେ ଅଶ୍ୱିନୀ ଓ ତାଙ୍କ ସ୍ତ୍ରୀ ଅଭିଯୋଗ ଶୁଣାଣି ଶିବିରରେ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଭେଟି ସମସ୍ତ କଥା ଜଣାଇଛନ୍ତି ।

 

Comments are closed.