Latest Odisha News

BREAKING NEWS

ନିଜ ଦେଶୀ ବନ୍ଧୁକରୁ ନିଜ ଉପରକୁ ଗୁଳି କଲେ ଯୁବକ

ପାରଳାଖେମୁଣ୍ଡି: ନିଜକୁ ନିଜେ ଗୁଳି କଲେ ଯୁବକ । ଏଭଳି ଅଭାବନୀୟଘଟମା ଦେଖିବାକୁ ମିଳିଛି ଗଜପତି ଜିଲା ଗୁମ୍ମା ବ୍ଲକ ଭୁବୁନି ପଞ୍ଚାୟତ ଅନ୍ତର୍ଗତ ଶିତିରିଗୁଡା ଗ୍ରାମରେ । ଗୁଳି ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୩୪ ବର୍ଷୀୟ ବିରସାନି ଗମାଙ୍ଗ । ନିଜ ଦେଶୀ ବନ୍ଧୁକରୁ ନିଜ ଉପରକୁ ଗୁଳି ମାଡ କରି ବିରସାନି ମୃତ୍ୟୁ ବରଣ କରିଥିବା ପରିବାର ଲୋକେ କହିଛନ୍ତି ।

ପରିବାରଲୋକଙ୍କ ସୂଚନା ଅନୁଯାୟୀ, ଅଧିକାଂଶ ସମୟରେ ବିରସାନି ନିଶା ସେବନ କରେ । ଗତକାଲି ମଧ୍ୟ ସେ ନିଶାରେ ଚୁର ଥିଲା । ଆମେ ସମସ୍ତେ ଶୋଇଥିବାବେଳେ, ସେ ନିଜ ଦେଶୀ ବନ୍ଧୁକରୁ ନିଜ ଉପରକୁ ଗୁଳିମାଡ଼ କରିଥିଲା । ଗୁଳିମାଡ଼ ଶବ୍ଦ ଶୁଣି ଆମେ ହଠାତ୍ ନିଦରୁ ଉଠିପଡିଥିଲୁ । ତା ନିକଟକୁ ଗଲା ବେଳକୁ ସେ ଗୁରୁତର ଅବସ୍ଥାରେ ପଡିଥିଲା । ତାଙ୍କୁ ତୁରନ୍ତ ସେରଙ୍ଗ ଡାକ୍ତରଖାନାକୁ ନେଇଥିଲୁ ହେଲେ ଡାକ୍ତର ବିରସାନିଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସମ୍ପର୍କରେ ପରିବାର ଲୋକେ ସେରଙ୍ଗ ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Comments are closed.