Latest Odisha News

BREAKING NEWS

ଗୋଷ୍ଠୀ ସଂଘର୍ଷର କରୁଣ ପରିଣତି; ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ସଂଧ୍ୟାରେ ଘଟିଛି ଏକ ଅଭାବନୀୟ ଘଟଣା। ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟ ମଧ୍ୟରେ ଧନୁପାଲି ଥାନା ଅଞ୍ଚଳ ସାକ୍ଷୀପଡା ସ୍ଥିତ ହନୁମାନ ମନ୍ଦିର ନିକଟରେ ସଂଘବଦ୍ଧ ଆକ୍ରମଣରେ ଯାଇଛି ଜଣେ ଯୁବକଙ୍କ ଜୀବନ। ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି ।

ମୃତ ଯୁବକଙ୍କ ନାମ ବିଜୟ ନାଏକ ବୋଲି ଜଣାପଡିଛି। ଖବର ଅନୁଯାୟୀ, ବିଳମ୍ବିତ ସଂଧ୍ୟାରେ ହନୁମାନ ମନ୍ଦିର ପାଖରେ ୨ ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ବିଜୟ ନାଏକଙ୍କୁ ଅପର ଗୋଷ୍ଠୀ ଠେଙ୍ଗାରେ ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକ ଗୁରୁତର ବିଜୟଙ୍କୁ ଉଦ୍ଧାର କରି ବୁର୍ଲା ସ୍ଥାନାନ୍ତର କରିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ଅନ୍ୟପଟେ ବିଗତ ୧୦ ଦିନ ମଧ୍ୟରେ ସମ୍ବଲପୁର ସହର ରେ ୨ଟି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଉ ଏକ ହତ୍ୟାକାଣ୍ଡ ସହରବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।

Leave A Reply

Your email address will not be published.