Latest Odisha News

BREAKING NEWS

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି

କଟକ: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ରହିଛି । ପୋଲିସ ଡିଜି ଅଭୟ ଓ କ୍ରାଇମବ୍ରାଞ୍ଚ ADG ଆଜି ହାଜର ହେବେ । ମାମଲାର ସବିଶେଷ ରିପୋର୍ଟ ଦାଖଲ କରିବେ । ପୂର୍ବ ଶୁଣାଣିରେ କାହିଁକି ଏଯାଏ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି କହିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ଆଜିକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ସ୍ଥିତ ହୋଇଥିଲା ।

ହାଇକୋର୍ଟଙ୍କ ତାଗିଦ୍ ପରେ କାର୍ୟ୍ୟାନୁଷ୍ଠାନ ନେଇଛି କ୍ରାଇମବ୍ରାଞ୍ଚ । ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଓଟିଭିର ଦୁଇ କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସହ ଦୁଇଜଣ ସୁରକ୍ଷାକର୍ମୀ ।

ପୀଡ଼ିତାଙ୍କ ମାଆ ୭ ଜଣଙ୍କର ନାଁରେ ଅଭିଯୋଗ ଆଣିଥିଲେ । ମାର୍ଚ୍ଚ ମାସରେ ଲକଡାଉନ ବେଳେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତ ଅଗଷ୍ଟ ମାସରେ ଏନେଇ ମହିଳା ଥାନାରେ ଏତଲା ଦେଇଥିଲେ ପୀଡ଼ିତାଙ୍କ ମାଆ । ଏହାର ୪ମାସ ପରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.