Latest Odisha News

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତ ଦେହ, ପରିବାର କହିଲେ ହତ୍ୟା

ଭୁବନେଶ୍ବର: ପୁଣି ରାଜଧାନୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ଅଧିନରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସେହି ଘରେ ଲିଭ ଇନ୍ ରେ ରହୁଥିବା ସୂଚନା ମିଳିଥିବା ବେଳେ ପରିବାର ଲୋକ କିନ୍ତୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ସେପଟେ ପୁରୁଷ ବନ୍ଧୁ ଜଣଙ୍କ ଫେରାର ଥିବା ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଏମସିଏ ପାଠ ପଢା ସାରି ଭୁବନେଶ୍ବର ଏକ ଆପାର୍ଟମେଣ୍ଟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଲିଭ ଇନ ସଂପର୍କରେ ରହୁଥିଲେ । ଉଭୟ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଘର ଗଞ୍ଜାମ । ସେପଟେ କିନ୍ତୁ ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ପୁରୁଷ ବନ୍ଧୁ ଜଣଙ୍କ ଯୁବତୀଙ୍କୁ ବିବାହ କରିଥିଲେ । ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଯାହାକୁ ଆଧାର କରି ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ପୋଲିସ୍ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଖୋଳତାଳ ଆରମ୍ଭ କରିଛି ।

Comments are closed.