Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ନ ଆସିଲେ ଆତ୍ମହତ୍ୟା କରିବି-ବିଜ୍ଞାପନ ହୋର୍ଡିଂ ଉପରେ ବସି ଧମକ ଦେଲେ ମୁକ୍ତିକାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁଭବନ ଛକରେ ଯୁବକଙ୍କ ହାଇଡ୍ରାମା । ପୋଲିସ, ପ୍ରଶାସନ, ଦମକଳ ବିଭାଗ ନାକେଦମ । ଯୁବକ ଏକ ବିଜ୍ଞାପନ ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଉଉଛନ୍ତି । ଅଧଘଣ୍ଟା ହେଲାଣି ପୋଲିସ ତାଙ୍କୁ ତଳକୁ ଆଣିବାରେ ବିଫଳ ହୋଇଛି ।

ଯୁବକ ଜଣକ ରାଉରକେଲାରୁ ଆସିଥିଲେ   ଏବଂ ତାଙ୍କ ନାଁ ମୁକ୍ତିକାନ୍ତ ବିଶ୍ୱାଳ  । ସେ ବିଭିନ୍ନ ପ୍ରକଳ୍ପ ନେଇ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଥିଲେ  ।  ୭ ଦିନ ଧରି ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ । ହେଲେ ମୁ୍ଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇ ନ ଥିଲେ । 

ଆଜି ସକାଳୁ ସେ ହଠାତ ସେ ଏକ ବିଜ୍ଞାପନ ହୋର୍ଡିଂ ଉପରକୁ ଚଢି ଯାଇଥିଲେ । ମୁକ୍ତିକାନ୍ତ ହାତରେ ଏକ ବୋତଲ ଧରିଛନ୍ତି  । ତେବେ ସେ ବୋତଲରେ କ’ଣ ଅଛି ତାହା ସ୍ପଷ୍ଟ ଜଣାପଡୁନି । ମୁକ୍ତିକାନ୍ତଙ୍କୁ ତଳକୁ ଆଣିବା ପାଇଁ ଦମକଳବାହିନୀ, ପୋଲିସ ଫୋର୍ସ ପହଞ୍ଚିଛନ୍ତି । ମୁକ୍ତିକାନ୍ତଙ୍କୁ ବୁଝାଶୁଝା କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆସିଲେ ସେ ଓହ୍ଲାଇବେ ବୋଲି ଜିଦ ଧରି ବସିଛନ୍ତି ।

ଦିନ  ୧୧ଟାରୁ ୨ଟା ବାଜିଥିଲେ ହେଁ ଏ ପର୍ଯ୍ୟନ୍ତ ସେ ହୋର୍ଡିଂ ଉପରୁ ଓହ୍ଲାଇ ନାହାନ୍ତି ।   ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଛି । ମୁକ୍ତିକାକ୍ତଙ୍କ ବାପା ପୁଅକୁ ଓହ୍ଲାଇ ଆସିବା ପାଇଁ ଅନୁରୋଧ କରିଛନ୍ତି । ତାଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ମଧ୍ୟ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଉଛି ।  ତେବେ ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବା ଜିଦ୍‌ରେ ମୁକ୍ତିକାନ୍ତ ଅଡ଼ି ବସିଛନ୍ତି।

ମୁକ୍ତିକାନ୍ତଙ୍କ ବାପା ପୁଅକୁ ଅନୁରୋଧ କରି କହିଛନ୍ତି, ପୁଅ ତୁ ପଳାଇ ଆସ। ଆମପରି ଗରିବ ଲୋକଙ୍କ କଥା କେହି ଶୁଣିବେନି।  ସେମାନେ ବଡ଼ବଡ଼ିଆଙ୍କ କଥା ଶୁଣିବେ। ଜୀବନ ରକ୍ଷା କରି ପଳାଇ ଆସ।  ମୁକ୍ତିକାନ୍ତଙ୍କ ମାଆ ମଧ୍ୟ ପୁଅକୁ ପଳାଇ ଆସିବା ପାଇଁ ।
  ୨୦୧୮ରେ ମୁକ୍ତିକାନ୍ତ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେ ସମୟର ଫଟୋ  ବିଜେଡିର ତାର ଅଫିସିଆଲ୍ ସୋଶାଲ ମିଡିଆ ଆକାଉଣ୍ଟରେ  ସେୟାର କରାଯାଇଥିଲା। ଆରଜିଏଚ୍‌କୁ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବା, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଓ କୋଏଲ ନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ସେତେବେଳେ ଦାବି କରି ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଇଥିଲେ ବୋଲି ବିଜେଡି ସୋଶାଲ ମିଡିଆ ଆକାଉଣ୍ଟରେ ଉଲ୍ଲେଖ କରାଯାଇଥିଲା। ହେଲେ ଏହି ପ୍ରତିଶ୍ରୁତି ପୂରଣ ହୋଇ ପାରିନାହି ।

 

Leave A Reply

Your email address will not be published.