Latest Odisha News

BREAKING NEWS

କେ.ଗାଁ ଫରେଷ୍ଟ ରେଞ୍ଜର କେଶବ ମାଝିଙ୍କ ଘରେ ଭିଜିଲାନ୍ସ ରେଡ୍

କଳାହାଣ୍ଡି: ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି କେ ଗାଓଁ ଫରେଷ୍ଟ ରେଞ୍ଜର କେଶବ ମାଝିଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଚଢାଉ କରୁଥିବା ଟିମରେ ରହିଛନ୍ତି ୫ ଜଣ ଡିଏସପି, ୬ଜଣ ଇନସପେକ୍ଟର ଓ ଅନ୍ୟମାନେ । ସର୍ଚ୍ଚ ଓ୍ୱାରେଣ୍ଟ ଜାରି କରିଥିଲେ ଭବାଣୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ । କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଚଢାଉ କରି ଖାନତଲାସି କରୁଛି ଭିଜିଲାନ୍ସ ।

କେସିଙ୍ଗା ଟାଉନ ଓମ୍ ନଗରରେ ଏକ ତିନି ମହଲା କୋଠା, କେଗାଓଁର ଅଫିସ ଓ ସରକାରୀ ବାସଭବନ, କେସିଙ୍ଗାସ୍ଥିତ ଘରେ ଚଢାଉ କରି ତାଙ୍କର ସମ୍ପତ୍ତି ଆକଳନ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.