Latest Odisha News

ଚିଲିକା ଓ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ

ଭୁବନେଶ୍ୱର : ଚିଲିକା ଓ ଗହୀରମଥାରେ ଆଜିଠୁ ଆରମ୍ଭ ହେଲା ଡଲଫିନ ଗଣନା । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା । ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ । ଗଣନା କାମରେ ନିୟୋଜିତ ହୋଇଛନ୍ତି ୨୭ଜଣ  । ସେମାନଙ୍କୁ ଦୂରବୀକ୍ଷଣ ଯନ୍ତ୍ର, ଜିପିଏସ୍ ହ୍ୟାଣ୍ଡସେଟ୍, କ୍ୟାମେରା କିମ୍ୱା ହ୍ୟାଣ୍ଡିକେମ୍ ।

ଚିଲିକାରେ ନିୟୋଜିତ ଗଣନାକାରୀଙ୍କ ମଧ୍ୟରେ ସାତପଡାରୁ ରହିଛନ୍ତି ୮ଜଣ ଓ ବାଲୁଗାଁରେ ରହିଛନ୍ତି ୧୦ଜଣ । ଗହୀରମଥା ଠାରେ ୯ଜଣ ଡଲଫିନ ଗଣନାକାରୀ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ମଟର ବୋଟ୍ ଆସୋସିଏସନର ସଦସ୍ୟ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଡିସେମ୍ୱର ୨୩ ତାରିଖ ପର୍ଯ୍ୟନ୍ତ ଡଲଫିନ ଗଣନା ହେବ । ଆଜି ଅପରାହ୍ନ ୨ଟା ଯାଏଁ ଉଭୟ ସ୍ଥାନରେ ବୋଟ୍ ଚଳାଚଳକୁ ନିଷିଦ୍ଧ କରାଯାଇଛି ।

୨୦୧୫ଠାରୁ ଏଠାରେ ଡଲଫିନ ଗଣନା ଆରମ୍ଭ ହୋଇଛି । ଚିଲିକାରେ ଡଲଫିନଙ୍କ ସଂଖ୍ୟା ଜାଣିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ବର୍ଷଠାରୁ ଜଙ୍ଗଲ ବିଭାଗ ମଧ୍ୟ ସଚେଚନତା ଆରମ୍ଭ କରିଛି । ମାର୍ଚ୍ଚ ୩୦ ତାରିଖରେ ଜାରି ରିପୋର୍ଟ ଅନୁସାରେ, ଚଳିତବର୍ଷ ଚିଲିକାରେ ୭୨୬ ଡଲଫିନ ରହୁଛନ୍ତି । ଯାହାକୁ ୨୦୨୧ରେ ୫୪୪ ଥିଲା । ଚିଲିକା ଅପେକ୍ଷା ଗହୀରମଥାରେ ଅଧିକ ଡଲଫିନ ରହୁଛନ୍ତି ।

୨୦୨୨ ଡଲଫିନ ଗଣନା ଅନୁସାରେ, ଗହୀରମଥା ଓ ନିକଟସ୍ଥ ଭିତରକନିକାରେ ଡଲଫିନଙ୍କ ସଂଖ୍ୟା ୩୪୨ରୁ ବଢି ୫୪୦ ହୋଇଛି । ଯେଉଁଥିରେ ୪୫ ଇରାଓ୍ୱାଡି, ୧୩୫ ବଟଲନୋଜ୍, ୩୩୨ ହମ୍ପବ୍ୟାକ୍, ୧୩ ଷ୍ଟ୍ରାଇପଡ୍ ଓ ୧୫ ସ୍ପିନର୍ ଡଲଫିନ ଥିଲେ ।

ତା ପୂର୍ବରୁ ୨୦୨୧ ଗଣନା ପରେ ଏହି ସ୍ଥାନରେ ୩୯ ଇରାଓ୍ୱାଡି, ୨୨ ବୋଟଲନୋଜ୍ ଓ ୨୮୧ ହମ୍ପବ୍ୟାକ୍ ଡଲଫିନ ଥିଲେ ।

ହେଲେ ଚିଲିକା ବନ୍ୟପ୍ରାଣୀ ଉପଖଣ୍ଡରେ ୨୦୨୧ ତୁଳନାରେ ୨୦୨୨ରେ ଡଲଫିନ ସଂଖ୍ୟା କମିଛି । ୨୦୨୧ରେ ୧୮୮ ଡଲଫିନ ଗଣନା ହୋଇଥିବାବେଳେ ୨୦୨୨ରେ ୧୬୭ସଂଖ୍ୟକ ଡଲଫିନ ଥିବା ଗଣନାକୁ ଜଣାପଡିଥିଲା ।

Leave A Reply

Your email address will not be published.