Latest Odisha News

BREAKING NEWS

ଆଧାର କାର୍ଡ ଦେଖାଇଲେ ଖାଇ ପାରିବେ ବାହାଘର ଭୋଜି

ଲକ୍ଷ୍ନୌ: ଅଧାର କାର୍ଡ ଦେଖାଇଲେ ଖାଇ ପାରିବେ ବାହାଘର ଭୋଜି। ଏପରି ଘଟଣା କେବେ ଶୁଣିଛନ୍ତି କି?  ସାମାଜିକ ବିବାହ କରିବାକୁ ଗଲେ ପ୍ରଥମେ ଭାଇ, ବନ୍ଧୁ, କୁଟୁମ୍ବ ଏବଂ ପରିଚିତ ଗାଁ ଲୋକଙ୍କୁ ଭୋଜି ଦେବାକୁ ପଡ଼େ। ଲୋକ ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ବିବାହରେ କେବଳ ଯେ ଅଳଙ୍କାର ଏବଂ ପୋଷାକରେ ଖର୍ଚ୍ଚ ହୁଏ ନାହିଁ ବରଂ ଖାଦ୍ୟରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଏ। କାରଣ ଆମନ୍ତ୍ରିତ ଅତିଥିଙ୍କ ବ୍ୟତୀତ ଅଜଣା ଲୋକ ମଧ୍ୟ ଭୋଜି ଖାଇବାକୁ ଆସନ୍ତି। ଶେଷରେ ଖାଦ୍ୟ ନିଅଣ୍ଟ ହୁଏ। କିନ୍ତୁ ଉତ୍ତର ପ୍ରଦେଶରେ ଝିଅର ବାହାଘର ଭୋଜିରେ ଏପରି ଘଟଣା ଘଟିଥିଲା ଯାହାକୁ ଦେଖି ସମସ୍ତେ ଚକିତ ହୋଇଥିଲେ। ଏହି ବାହାଘର ଭୋଜିରେ ଯେଉଁମାନେ ଆଧାର କାର୍ଡ ଦେଖାଉଥିଲେ ସେମାନଙ୍କୁ ହିଁ ଭୋଜି ଖାଇବାକୁ ମିଳିଥିଲା। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଜଣେ ଅତିଥି ଭୋଜି ଖାଇବା ପାଇଁ ଆଧାର କାର୍ଡ ଦେଖାଉଛନ୍ତି। ବିବାହରେ ଆମନ୍ତ୍ରିତ ଅତିଥିମାନଙ୍କୁ ଖାଇବାକୁ ଅନୁମତି ଦେବା ପୂର୍ବରୁ ଆଧାର କାର୍ଡ ଦେଖାଇବାକୁ କୁହାଯାଇଥିଲା। ଉତ୍ତରପ୍ରଦେଶର ଆମ୍ରୋହା ଜିଲ୍ଲାର ଏକ ବିବାହ ଅନୁଷ୍ଠାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଆୟୋଜକମାନେ ଅତିଥିମାନଙ୍କୁ ଖାଇବାକୁ ଅନୁମତି ଦେବା ପୂର୍ବରୁ ସେମାନଙ୍କର ଆଧାର କାର୍ଡ ଦେଖାଇବାକୁ କହିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅତିଥିଙ୍କ ସଂଖ୍ୟା ଆଶା କରାଯାଉଥିବା ଠାରୁ ଅଧିକ ଥିଲା। ଫଳସ୍ୱରୂପ କନ୍ୟାର ପରିବାର ଲୋକେ କେବଳ ସେହିମାନଙ୍କୁ ଭୋଜି ହଲରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ ଯେଉଁମାନେ ଆଧାର କାର୍ଡ ଆଣିଥିଲେ।

କିଛି ଅତିଥିମାନଙ୍କ ପାଖରେ ଆଧାର କାର୍ଡ ନଥିଲା ଏବଂ ସେମାନେ ଭୋଜି ନଖାଇ ଫେରିଥିଲେ। ଏହି ଘଟଣାକୁ ନେଇ କନ୍ୟା ପକ୍ଷଙ୍କ କହିବା କଥା ହେଲା ଆମନ୍ତ୍ରିତ ଅତିଥିଙ୍କ ବ୍ୟତୀତ ଅଧିକ ଅଜଣା ଲୋକେ ଭୋଜି ଖାଇବାକୁ ଆସିଥିଲେ। ତେଣୁ ଖାଦ୍ୟ ନିଅଣ୍ଟ ହେଲା। ଯେଉଁ କାରଣରୁ ସେମାନେ ଏପରି କରିବାକୁ ବାଧ୍ୟ ହୋଇଥିଲେ। ଘଟଣାଟି ସେପ୍ଟେମ୍ବର ୨୧ ତାରିଖରେ ଘଟିଛି। ସେହି ସମୟରେ ହାସନପୁର ଅଞ୍ଚଳରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବାହାଘର ହେଉଥିଲା ଏବଂ ବରଯାତ୍ରୀ ମଧ୍ୟ ଆସିଥିଲା।

ଯେତେବେଳେ ଏକ ବରଯାତ୍ରୀଙ୍କୁ ଖାଦ୍ୟ ପରିବେଷଣ କରାଯାଉଥିଲା, ଅନ୍ୟ ବରଯାତ୍ରୀର ଅତିଥିମାନେ ମଧ୍ୟ ଏଠାକୁ ପହଞ୍ଚିଥିଲେ। କେଉଁ ଅତିଥିମାନେ କେଉଁ ବିବାହର ଅଟନ୍ତି ତାହା ଚିହ୍ନିବା ଆୟୋଜକମାନଙ୍କ ପାଇଁ କଷ୍ଟ ହୋଇଥିଲା। ଏପରିକି ବିବାହ ସମୟରେ ବିଶୃଙ୍ଖଳା ସୃଷ୍ଟି ହେଲା। ଅତିଥିଙ୍କ ସଂଖ୍ୟା ଦେଖି କନ୍ୟା ପକ୍ଷରୁ ବିରକ୍ତ ହୋଇ ଅତିଥିମାନଙ୍କୁ ଭୋଜି ହଲରେ ପ୍ରବେଶ ପାଇଁ ବାରଣ କରିଦେଲେ।

Leave A Reply

Your email address will not be published.