Latest Odisha News

BREAKING NEWS

ଅଫତାବ ମୋତେ ମାରିଦେବ: ମହାରାଷ୍ଟ୍ର ପୋଲିସ ଚାହିଁଥିଲେ ବଞ୍ଚିଯାଇଥାନ୍ତେ ଶ୍ରଦ୍ଧା

ଦୁଇ ବର୍ଷ ପୂର୍ବେ ଶ୍ରଦ୍ଧା ଆଣିଥିଲେ ହତ୍ୟା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ପୋଲିସ!

ମୁମ୍ବାଇ: ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ମହାରାଷ୍ଟ୍ର ପୋଲିସର ଅବହେଳା ସାମ୍ନାକୁ ଆସିଛି । ୨ ବର୍ଷ ପୂର୍ବରୁ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ କାଟିକି ଫୋପାଡି ଦେବାକୁ ଧମକ ଦେଇଥିଲା । ଏଥିପାଇଁ ଶ୍ରଦ୍ଧା ପୋଲିସକୁ ଚିଠି ଲେଖିଥିଲେ । ଚିଠିରେ ଶ୍ରଦ୍ଧା ଲେଖିଥିଲେ ସେ ଥାନାକୁ ଯାଇପାରୁନାହାଁନ୍ତି କାରଣ ଅଫତାବ ଏହା ଜାଣିଲେ ତାଙ୍କୁ ମାରିଦେବ । ଚିଠରେ ଅଫତାବ ତାଙ୍କୁ ଛଅ ମାସ ହେଲା ମାଡ଼ ମାରୁଥିବା ଲେଖିଥିଲେ ଶ୍ରଦ୍ଧା । ଏପରିକି ତାଙ୍କୁ ତଣ୍ଟି ଚିପି ହତ୍ୟା କରିବାକୁ ଅଫତାବ ଉଦ୍ୟମ କରିଥିବା ଚିଠିରେ ଉଲ୍ଲେଖ ରହିଛି ।

 ଏପରିକି ମାଡ ମରାଯିବା ସମ୍ପର୍କରେ ଅଫତାବର ପରିବାର ଲୋକ ଜାଣିଥିବା ଶ୍ରଦ୍ଧା ଚିଠିରେ ଦାବି କରିଛନ୍ତି। ତେବେ ପୋଲିସ ସେ ସମୟରେ ଚୁପ ରହିଥିଲା । ଏଭଳି ସାଂଘାତିକ ଅଭିଯୋଗକୁ ନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ସାଂଘାତିକ ଅଭିଯୋଗ ପରେ ଅଫତାବକୁ ଗିରଫ କରାଯାଇନଥିଲା । ଏହି ଚିଠିକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର ଧରିଛି । ଏବେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି । ଏହି ମାମଲାର ତଦନ୍ତ ନିଶ୍ଚୟ ହେବ । ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ତାହାର ସମୀକ୍ଷା ହେବ । ଫଡନାଭିସ୍ କହିଛନ୍ତି ଯେ ଯେତେବେଳେ ଦୁଇ ବର୍ଷ ପୂର୍ବେ ଶ୍ରଦ୍ଧା ପୋଲିସ ନିକଟରେ ଅଭିଯୋଗ କରିଥିଲେ, ସେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯିବା ଉଚିତ୍।

ଶ୍ରଦ୍ଧା ଚିଠିରେ ତାକୁ ମାଡ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ କରିଥିଲେ  । ପାଲଘର ପୋଲିସ ଚାହିଁଥିଲେ ଶ୍ରଦ୍ଧାଙ୍କ ଜୀବନ ବଂଚିଯାଇଥାନ୍ତା ।   ଯାହା କି ଏବେ ସାରା ଦେଶରେ ଚର୍ଚା ହେଉଛି । ଅଫତାବ ଉପରେ ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ ନକରିବାକୁ ସେ ଷଡ଼ଯନ୍ତ୍ର କରି ଶ୍ରଦ୍ଧାକୁ ଦିଲ୍ଲୀ ଆଣି ହତ୍ୟାକ କରିବାକୁ ଯୋଜନା କରିଥିଲା । ମହାରାଷ୍ଟ୍ରରେ ତା ନାମରେ ପୋଲିସ କଂପ୍ଲେନ ଥିବାରୁ ଅଫତାବ ଦିଲ୍ଲୀକୁ ହତ୍ୟା କରିବାକୁ ବାଛିଥିବା କୁହାଯାଉଛି । ଅଫତାବ ଚାହୁଁଥିଲା ତାର ଅପରାଧକୁ କେହି ଜାଣିପାରିବେ ନାହିଁ । ଆଉ ସେ ଖସିଯିବ ।

 ଶ୍ରଦ୍ଧା ୱାକରଙ୍କ ଦୁଇ ବର୍ଷ ପୁରୁଣା ଚିଠି ସାମ୍ନାକୁ ଆସିବା ପରେ ଏବେ ଏହି ପ୍ରସଙ୍ଗରେ ପୋଲିସର ଭୂମିକାକୁ ନେଇ ସାଧାରଣ ଲୋକେ ମଧ୍ୟ ପ୍ରଶ୍ନ କରୁଛନ୍ତି । ଅଫତାବ ଅତ୍ୟାଚାର ସମ୍ପର୍କରେ ଚିଠି ଲେଖିଥିବା  ଶ୍ରଦ୍ଧା ତାଙ୍କର ଜଣେ ବନ୍ଧୁ କରନଙ୍କୁ କହିଥିଲେ। ଯେଉଁ ଚିଠି ଏବେ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ୨୦୨୦ ନଭେମ୍ବର ୨୩ରେ ଶ୍ରଦ୍ଧା ଏହି ଅଭିଯୋଗ କରିଥିଲେ ।  ହ୍ବାଟସଆପ ଯୋଗେ ବନ୍ଧୁ କରନଙ୍କୁ  ଏହି ସବୁ କଥା କହିବା ସହ ଅଫାତାର ମାଡ ଯୋଗୁ ସେ ଆହତ ହୋଇଥିବା ବେଳର ଫଟୋକୁ ମଧ୍ୟ ଦେଖାଇଥିଲେ।

ଚିଠିର ତାରିଖକୁ ଦେଖିଲେ  ଶ୍ରଦ୍ଧା ୱାକର ଠିକ୍ ଦୁଇ ବର୍ଷ ପୂର୍ବେ ଭସାଇର ତୁଲିଞ୍ଜ ପୋଲିସ୍ ଷ୍ଟେସନକୁ ଚିଠି ଲେଖିଥିଲେ । ପୋଲିସ ମଧ୍ୟ ଚିଠି ଗ୍ରହଣ କରିଥିଲା ।  ଯେଉଁଥିରେ ଶ୍ରଦ୍ଧା ତାଙ୍କ ଲାଇଭ-ଇନ୍ ପାର୍ଟନର ଆଫତାବ ପୁନାୱାଲାଙ୍କ ଦ୍ୱାରା ହତ୍ୟାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ। ଏବେ ଏହି ଚିଠି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଛି। ଚିଠିରେ ଶ୍ରଦ୍ଧା ଆଫଫାବଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା କଥା କହିଛନ୍ତି। ତାଙ୍କ ବେକକୁ ଚିପି ଅଫତାବ ତାଙ୍କୁ ମାରିବାକୁ ଉଦ୍ୟମ କରିଥିବା ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ଏହି ଚିଠି ନଭେମ୍ବର 23, 2020 ରେ ଲେଖାଯାଇଥିବା ପ୍ରମାଣ ମଧ୍ୟ ରହିଛି । ସେତେବେଳେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାର ଥିଲା, ଆଉ ମୁଖ୍ୟମନ୍ତ୍ରୀ ଥିଲେ ଉଦ୍ଧବ ଠାକରେ, ଗୃହମନ୍ତ୍ରୀ ଥିଲେ ଅନୀଲ ଦେଶମୁଖ ।

 ଚିଠିଟି ବହୁତ ଗମ୍ଭୀର ଥିବା ବେଳେ ପୋଲିସ କିନ୍ତୁ ଏହାକୁ ଏକ ସାଧାରଣ ପ୍ରେମ ମାମଲା କହି ଏଡ଼ାଇ ଯାଇଥିଲା । ଅଭିଯୁକ୍ତ ଅଫତାବ ଉପରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଦୁଇ ବର୍ଷ ପୂର୍ବେ ଚିଠିରେ ଶ୍ରଦ୍ଧା ଯେଉଁ ଅଭିଯୋଗ ଆଣିଥିଲେ ସେହିଭଳି ହତ୍ୟା କରିଥିଲା ଅଫତାବ । ପ୍ରମାଣ ନଷ୍ଟ କରିବା ପାଇଁ 35 ଖଣ୍ଡ ହାଣି ଜଙ୍ଗଲରେ ଫିଙ୍ଗିଦେଇଥିଲା ଅଫତାବ ।

Leave A Reply

Your email address will not be published.