Latest Odisha News

BREAKING NEWS

ନକଲି ମାଟ୍ରିକ ସାର୍ଟିଫିକେଟ ବିକ୍ରି ଅଭିଯୋଗରେ ବୋର୍ଡ କାର୍ଯ୍ୟାଳୟର କର୍ମଚାରୀ ଗିରଫ

କଟକ: ନକଲି ହାଇସ୍କୁଲ ସାର୍ଟିଫିକେଟ୍ ବିକ୍ରି ଅଭିଯୋଗରେ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ କର୍ମଚାରୀଙ୍କୁ ବୁଧବାର ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଭ୍ରମରବର ନାୟକ ବୋର୍ଡ କାର୍ଯ୍ୟାଳୟରେ ସୁଇପର ସୁପରଭାଇଜର ବା ଜମାଦାର ଭାବେ କାର୍ଯ୍ୟ କରୁଥିଲେ। ଭ୍ରମରବର କେନ୍ଦୁଝର ଜିଲ୍ଲାର ଦେବାଶିଷ ନାମକ ଯୁବକଙ୍କୁ ୪୫ ହଜାର ଟଙ୍କାରେ ଜାଲ୍ ସାର୍ଟିଫିକେଟ୍ ବିକ୍ରି କରିଥିଲେ।

ନକଲି ସାର୍ଟିଫିକେଟ୍ ପାଇଥିବାରୁ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ବୋର୍ଡ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ପାଇଁ ମଙ୍ଗଳାବାଗ ପୁଲିସକୁ ସୂଚନା ଦେଇଥିଲେ।

ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଜାଲ୍ ସାର୍ଟିଫିକେଟ୍ ବିକ୍ରି ଅଭିଯୋଗରେ ଭ୍ରମରବର ନାୟକଙ୍କୁ ଗିରଫ କରିଛି। ତେବେ ଭ୍ରମର ଏକାଧିକ ଲୋକଙ୍କୁ ନକଲି ସାର୍ଟିଫିକେଟ ବିକ୍ରି କରି ଥିବା ସନ୍ଦେହ କରାଯାଉ ଥିବା ବେଳେ ଏହା ପଛରେ ଏକ ବଡ ରାକେଟ ଚାଲିଥିବା ମଧ୍ୟ କୁହାଯାଉଛି।

ମଙ୍ଗଳାବାଗ ଇନିସପେକ୍ଟର ସୁଧାଂଶୁ ଭୂଷଣ ଜେନା କହିଛନ୍ତି, ତାଙ୍କ ନିକଟରୁ ଗୋଟିଏ ସାର୍ଟିଫିକେଟ୍ ଜବତ କରାଯାଇଛି। ସେ ତଦନ୍ତରେ ସହଯୋଗ କରୁନାହାନ୍ତି।

ସୁଧାଂଶୁ ଜେନା ସୂଚନା ଦେଇ ଆହୁରି କହିଛନ୍ତି ଯେ, ଅଭିଯୁକ୍ତ ଭ୍ରମରବର ନାୟକ ପୂର୍ବରୁ ଝାଡ଼ୁଦାର ଥିଲେ, କିନ୍ତୁ ଏବେ ତାଙ୍କୁ ଜମାଦାର ଭାବେ ପଦୋନ୍ନତି ଦିଆଯାଇଥିଲା।

Leave A Reply

Your email address will not be published.