Latest Odisha News

BREAKING NEWS

ଆକାଶ ଛୁଇଁଲା ସୁନା ଦର, ଟପିଲା ୩୮ ହଜାର

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନାଦର । ବୁଧବାର ସୁନା ଦର ୧୦ ଗ୍ରାମକୁ ୬୦ ଟଙ୍କା ବଢି ୩୮,୮୩୦ ଟଙ୍କାରେ ପହଞ୍ଚିଛି । ଅଲ୍‌ ଇଣ୍ଡିଆ ସର୍‌ଫା ଆସୋସିଏସନ ପକ୍ଷରୁ ଏହି ସୂଚନା ମିଳିଛି । ପୂର୍ବରୁ ସୁନା ଦର ୩୮,୭୭୦ ଟଙ୍କା ରହିଥିଲା।

କେବଳ ସୁନା ନୁହେଁ ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି। ରୁପା ଦର ୧,୧୪୦ ଟଙ୍କା ବୃଦ୍ଧି ପାଇ କିଲୋ ୪୫, ୦୪୦ ଟଙ୍କାରେ ପହଞ୍ଚିଛି।

ସେୟାର୍‌ ବଜାରରେ ନିବେଶକମାନେ ସେୟାର୍‌ ବିକ୍ରି କରି ଦେଉଥିବା ବେଳେ ସୁନାର ଚାହିଦା ବଢୁଥିବା ଯୋଗୁଁ ଏହାର ଦର ମଧ୍ୟ ବୃଦ୍ଧି ପାଇଛି । ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ମଧ୍ୟ ସୁନା ଦର ବୃଦ୍ଧି ପାଇବାର ଅନ୍ୟତମ କାରଣ ବୋଲି କୁହାଯାଉଛି।

ଗବେଷକମାନଙ୍କ କହିବା ଅନୁସାରେ ସୁନା ଦର କମିବାର ଆଉ କୌଣସି ସମ୍ଭାବନା ନାହିଁ।

Comments are closed.