Latest Odisha News

BREAKING NEWS

ଓଡ଼ିଶା ସରକାରଙ୍କ ପରିବର୍ତ୍ତିତ ‘ମେଡ଼ିକାଲ୍ ବଣ୍ଡ ପଲିସି’ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଡ଼ାକ୍ତରୀ ପଢିବା ପରେ ରାଜ୍ୟ ଛାଡୁଥିବା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ଓଡ଼ିଶା ସରକାର ଯେଉଁ ପରିବର୍ତ୍ତିତ ‘ମେଡ଼ିକାଲ୍ ବଣ୍ଡ ପଲିସି’ ନିଷ୍ପତ୍ତି ଗ୍ରହଣ କରିଥିଲେ ତାହା ବଳବତ୍ତର ରହିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏସମ୍ପର୍କିତ ଏକ ରିପୋର୍ଟ ଲାଇଭଲ’.ଇନରେ ପ୍ରକାଶିତ ହୋଇଛି । ଏହି ରିପୋର୍ଟ ଅନୁଯାୟୀ, ଏସମ୍ପର୍କୀତ ମାମଲା ନେଇ ଗଠିତ ଖଣ୍ଡପୀଠ ସୋମବାର ଦିନ ମେଡ଼ିକାଲ୍ ସୁପର ସ୍ପେଶାଲିଟି ପ୍ରତ୍ୟାଶୀଙ୍କ ଏହା ବିରୋଧରେ ଆଣିଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ।

ଓଡ଼ିଶା ସରକାରଙ୍କ ପରିବର୍ତ୍ତିିତ ‘ମେଡ଼ିକାଲ୍ ବଣ୍ଡ ପଲିସି’ ନିଷ୍ପତ୍ତି ଅନୁଯାୟୀ, ଡ଼ାକ୍ତରୀ ପାଠ୍ୟକ୍ରମ ସମାପ୍ତ କରିବା ପରେ ଯଦି ଏହି ଛାତ୍ରଛାତ୍ରୀମାନେ ରାଜ୍ୟ ବାହାରକୁ ଚାଲିଯାଆନ୍ତି ତେବେ ପିଜି ଛାତ୍ରଛାତ୍ରୀ ମାନଙ୍କୁ ଦଣ୍ଡ ସ୍ୱରୂପ ୧.୫ କୋଟି ଟଙ୍କା ଏବଂ ସୁପର୍ ସ୍ପେଶାଲିଟି ଡ଼ାକ୍ତରୀ ଛାତ୍ରଛାତ୍ରୀ ମାନଙ୍କୁ ୨ କୋଟି ଟଙ୍କା ପଇଠ କରିବାକୁ ପଡ଼ିବ ।

କ’ଣ କହିଲେ ଅଦାଲତ:

ଏହି ଖଣ୍ଡପୀଠରେ ବିଚାରପତି ଏଲ ନାଗେଶ୍ୱର ରାଓ ଏବଂ ବିଚାରପତି ହେମନ୍ତ ଗୁପ୍ତା ଓଡ଼ିଶା ସରକାର କିପରି ସାମ୍ବିଧାନିକ ନିୟମକୁ ଯଥାବିଧି ପାଳନ କରିବା ପୂର୍ବକ ମୌଳିକ ଅଧିକାରକୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ସେ ସମ୍ପର୍କରେ କହିଛନ୍ତି ।

ଦେଶର ବିଭିନ୍ନ ରାଜ୍ୟରେ ଯେପରି ‘ମେଡ଼ିକାଲ୍ ବଣ୍ଡ ପଲିସି’ ରହିଛି ଓଡ଼ିଶାରେ ମଧ୍ୟ ସେହି ଅନୁସାରେ ଲାଗୁ କରାଯାଇଛି । ବିଭିନ୍ନ ରାଜ୍ୟରେ ରହିଥିବା ସରକାରୀ ମେଡ଼ିକାଲ୍ କଲେଜ ଗୁଡ଼ିକରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ତଥା ଅନୁଷ୍ଠାନ ଗୁଡ଼ିକ ଲାଗି ଗୋଟିଏ ନିୟମ ରହିବା ଆବଶ୍ୟକ ବୋଲି ଏହି ଖଣ୍ଡପୀଠ ଅଦାଲତରେ କହିଛନ୍ତି ।

Leave A Reply

Your email address will not be published.