Latest Odisha News

BREAKING NEWS

ତୃତୀୟ ବିବାହ କରିବେ କି ଅମୀର !

ମୁମ୍ବାଇ: ଦ୍ୱିତୀୟ ବିବାହରେ ପୂର୍ଣ୍ଣଛେଦ ପକାଇବାରେ ପରେ ବଲିଉଡ ଷ୍ଟାର ଅମୀର ଖାଁଙ୍କ ମନ ଏବେ ଆଉ ଜଣେ ଲଳନାଙ୍କ ପାଇଁ ଢ଼ଳିଛି । ବିବାହର ୧୫ ବର୍ଷ ପରେ ଦ୍ୱିତୀୟ ପତ୍ନୀଙ୍କଠାରୁ ଅମୀର ଅଲଗା ହୋଇଥିଲେ । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ସୂଚନାଯୋଗ୍ୟ, ଅମୀରଙ୍କ ପ୍ରଥମ ପତ୍ନୀଙ୍କ ନାମ ରୀନା ଦତ । ସେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ପଛରେ ପଡିବା ଖବର ସୋସିଆଲ ସାଇଟରେ ଜୋର ଧରିଛି । ଅବଶ୍ୟ ଏ ନେଇ କୌଣସି ସଠିକ ତଥ୍ୟ ମିଳି ନାହିଁ । ଲାଲ ସିଂ ଚଡ୍ଡା ଫିଲ୍ମ ପରେ ସେ ତାଙ୍କ ବିବାହ ନେଇ ମୁହଁ ଖୋଲି ପାରନ୍ତି ।

କେତେକ ନ୍ୟୁଜ ୱେବସାଇଟ ଅନୁସାରେ ଦଙ୍ଗଲ ଗାର୍ଲ ଫାତିମା ସନା ଶେଖଙ୍କ ସହ ତାଙ୍କ ସମ୍ପର୍କ ଅତି ନିବୀଡ ରହିଛି । ଏହା କିରଣଙ୍କ ସହ ତାଙ୍କ ବିବାହ ବିଚ୍ଛେଦର କାରଣ ହୋଇପାରେ ଅନୁମାନ କରାଯାଉଛି । ଦବଙ୍ଗ ପରେ ସେ ଫାତିମାଙ୍କ ସହ ଠଗ୍ସ ଅଫ ହିନ୍ଦୁସ୍ତାନ କରିଥିଲେ । ଆଉ କିଛି ଦିନ ପରେ ଏହି ଖବର ସତ୍ୟ ଥିଲା କି ଗୁଜବ ତାହା ଜଣାପଡିଯିବ ।

Comments are closed.