ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଆୟୋଜନ ପାଇଁ ଭୁବନେଶ୍ୱରରେ ଓଡିଶା ସରକାର ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କରୋନା ମହାମାରୀମୁକ୍ତ ଇଭେଂଟ ପାଇଁ ଖେଳାଳିମାନଙ୍କ କୋଭିଡ ଟେଷ୍ଟ ହାଇ ସ୍ପିଡରେ ଚାଲିଛି । ପ୍ରତ୍ୟେକ ଦିନ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟରରେ ୫୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ କରାଯାଉଛି ବୋଲି କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା କହିଛନ୍ତି । ପ୍ରତ୍ୟେକ ଖେଳାଳି, ଅଫିସିଆଲ ଏବଂ ଏହା ସହିତ ଜଡିତ ବ୍ୟକ୍ତିଙ୍କ ୭୨ ଘଂଟା ମଧ୍ୟରେ ଟେଷ୍ଟ କରାଯାଉଛି ।
ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେଶନ ଓ କ୍ୟାପିଟାଲ ହସ୍ପିଟାଲ ମିିଳିତ ସହଯୋଗରେ ହୋଟେଲରେ ଥିବା ବିଦେଶୀ ଖେଳାଳିଙ୍କ ସାମ୍ପୁଲ କଲେକ୍ସନ ପାଇଁ ୧୨ଟି ୟୁନିଟ ଗଠନ କରାଯାଇଛି । ସମସ୍ତ କୋଭିଡ ଗାଇଡଲାଇନ୍ସ ଅନୁସାରେ ଆରଟିପିସିଆର ଟେଷ୍ଟ କରାଯାଉଛି । ଭୁବନେଶ୍ୱର ୧୦୦ ପ୍ରତିଶତ ଟୀକାକରଣ ସହର ହୋଇଥିବାରୁ ଏହା ଅନ୍ୟମାନଙ୍କୁ ଆଶ୍ୱସ୍ତି ଦେଇଛି । ଇତି ମଧ୍ୟରେ ଭାରତ, ଜର୍ମାନୀ, ପୋଲାଣ୍ଡ, ବେଲଜିୟମ, ଆମେରିକା, କାନାଡା, ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ ଟିମ ଭୁବନେଶ୍ୱରରେ ପଂହଚି ସାରିଲେଣି । ଆଉ ଅଳ୍ପ ଦିନ ମଧ୍ୟରେ ଅନ୍ୟ ଟିମ ପଂହଚିବେ ।
BREAKING NEWS
- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ
- ATCରେ ତ୍ରୁଟି, ବ୍ରିଟେନରେ ୧୦୦୦ ବିମାନ ବାତିଲ
- ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…
- ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ

Comments are closed.