Latest Odisha News

BREAKING NEWS

କୋଭିଡ୍‌ ନିୟମ ଉଲ୍ଲଘଂନ ନେଇ ଅମୀର୍‌ଙ୍କ ନାଁ ଅଭିଯୋଗ ଆଣିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅମୀର ଖାନ୍‌ ତାଙ୍କ ଆଗାମୀ ଫିଲ୍ମ ‘ଲାଲ୍‌‌ ସିଂ ଚଢା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବେ ଆମୀର ଉତ୍ତରପ୍ରଦେଶର ଗାଜିଆବାଦରେ ଫିଲ୍ମର କିଛି ଦୃଶ୍ୟର ସୁଟିଂ କରୁଥିଲେ। କିନ୍ତୁ ଗାଜିଆବାଦରେ ତାଙ୍କ ସୁଟିଂକୁ ନେଇ ଏକ ହଙ୍ଗମା ସୃଷ୍ଟି ହୋଇଛି। କୁହାଯାଉଛି ଯେ ଲୋନିରୁ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ଅମୀରଙ୍କ ବିରୋଧରେ କୋଭିଡ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି। ବିଧାୟକ ଅମୀରଙ୍କ ବିରୋଧରେ ପୋଲିସ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ଅମୀର ଖାନ୍‌ ଗାଜିଆବାଦରେ ଥିବା ଖବର ପାଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିଲେ। ଅନେକ ଲୋକ ତାଙ୍କୁ ଭେଟିବାକୁ ମଧ୍ୟ ଆସିଥିଲେ। ଆମୀର ସମସ୍ତ ପ୍ରଶଂସକଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ। କିନ୍ତୁ ଏହି ସମୟରେ ଆମୀର ଖାନ୍‌ ମାସ୍କ ପିନ୍ଧି ନଥିଲେ ଏବଂ ସେଠାରେ ଉପସ୍ଥିତ ପ୍ରଶଂସକମାନେ ବି ମାସ୍କ ପିନ୍ଧିନଥିଲେ।

ମହାମାରୀ ସମୟରେ ଏହା ଏକ ପ୍ରମୁଖ ଉଲ୍ଲଂଘନ ବୋଲି ଅଭିଯୋଗ କରାଯାଇଛି। ଏଥିରେ ବିଜେପି ବିଧାୟକ ରାଗିଯାଇ ସିଧାସଳଖ ପୋଲିସ ନିକଟରେ ଅମୀର୍‌ ଖାନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଭଳି ପରିସ୍ଥିତିରେ ଆମୀର୍‌ ଖାନ୍‌ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଛି କି ନାହିଁ ତାହା ଆଗକୁ ଜଣାପଡ଼ିବ।

Comments are closed.