Latest Odisha News

BREAKING NEWS

୧୪ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି; ଇରା ଖାନ୍‌

ନୂଆଦିଲ୍ଲୀ: ଆମୀର ଖାନଙ୍କ ଝିଅ ଇରା ଖାନ୍‌ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଇରାଙ୍କ ଅନୁଯାୟୀ, ସେ ୧୪ ବର୍ଷ ବୟସରେ ‌ଯୌନ ଶୋଷଣର ଶିକାର ହୋଇଥିଲେ ଏବଂ ଏପରି କରିଥିବା ବ୍ୟକ୍ତି ତାଙ୍କର ନିଜ ପରିଚୟର ଥିଲେ।
ଇରାଙ୍କ କହିବା ଅନୁଯାୟୀ, ମୋତେ ୧୪ ବର୍ଷ ବୟସରେ ଯୌନ ଶୋଷଣ କରାଯାଇଥିଲା। ଏହା ଏକ ପ୍ରକାର ବିଚିତ୍ର ପରିସ୍ଥିତି ଥିଲା, କାରଣ ସେତେବେଳେ ମୁଁ ଜାଣି ନଥିଲି ଯେ ମୋ ପ୍ରତି ଏପରି କରୁଥିବା ବ୍ୟକ୍ତି ଉଦ୍ଦେଶ୍ୟମୂଳକ କିମ୍ବା ଅଜାଣତରେ ଏହି ସବୁ କରୁଛନ୍ତି କି ନାହିଁ, ମୁଁ ସେମାନଙ୍କୁ ଜାଣିଥିଲି ଏବଂ ଏହା ପ୍ରାୟ ପ୍ରତିଦିନ ଘଟୁଥିଲା।
ଇରା କହିଛନ୍ତି ଯେ ସେ ତାଙ୍କ ପିତା ଅମୀର ଖାନ ଏବଂ ମାତା ରୀନାଙ୍କୁ ଏହି ଘଟଣା ବିଷୟରେ ଜଣାଇବା ପାଇଁ ଏକ ମେଲ ଲେଖିଥିଲେ, ଯାହା ପରେ ସେ ଏହି ପରିସ୍ଥିତିରୁ ବାହାରି ଆସିଥିଲେ। ଏହାପରେ ତାଙ୍କ ମନରୁ ଭୟ ମଧ୍ୟ ବାହାରି ଆସିଥିଲା।
ଇରାଙ୍କ କହିବା ଅନୁଯାୟୀ, ସେ ନିଶ୍ଚିତ ଥିଲେ ଯେ ଏହା ତାଙ୍କ ସହିତ ଆଉ କେବେ ଘଟିବ ନାହିଁ, ଯାହା ପରେ ସେ ତାଙ୍କ ଜୀବନରେ ଆଗକୁ ବଢିଥିଲେ।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ଇରା ତାଙ୍କ ପିତା ଅମୀର ଏବଂ ମା ରୀନାଙ୍କ ଛାଡପତ୍ର ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି ତାଙ୍କ ପିତାମାତା ପାରସ୍ପରିକ ସହମତି ସହିତ ଅତି ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ, ତେଣୁ ପିତାମାତାଙ୍କ ଏହି ନିଷ୍ପତ୍ତି ସେମାନଙ୍କୁ ଚକିତ କରିନଥିଲା।

Comments are closed.