Latest Odisha News

BREAKING NEWS

ବିଶ୍ୱ‌ ଧନୀ ତାଲିକାରେ ଷଷ୍ଠରୁ ନବମକୁ ଖସିଲେ ମୁକେଶ ଅମ୍ବାନି

ମୁମ୍ବାଇ: ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ଯାହା ଫଳରେ ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ବିଶ୍ୱ‌ ଧନୀ ତାଲିକାରେ ତିନି ପାହାଚ ତଳକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀ ଗୋଟିଏ ଦିନରେ ୫୧,୧୦୦ କୋଟି ଟଙ୍କା ହରାଇଛନ୍ତି। ତାଙ୍କ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମଧ୍ୟ ଗୋଟିଏ ଦିନ‌େର ଏକ ଲକ୍ଷ କୋଟି ଟଙ୍କା କ୍ଷତି ସହିଛି।

ଗତ ଶୁକ୍ରବାର ପର୍ଯ୍ୟନ୍ତ ମୁକେଶ ଥିଲେ ବିଶ୍ୱ‌ର ଷଷ୍ଠ ବଡ଼ ଧନୀ। ଆଜି ସେୟାର ବଜାର ବନ୍ଦ ହେବା ବେଳକୁ ସେ ଏହି ତାଲିକାର ନବମ ସ୍ଥାନକୁ ଖସିଆସିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଶେ‌ଷ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିଟ୍ ଲାଭ ୧୫ ପ୍ରତିଶତ ହ୍ରାସ ପାଇଥିବାରୁ ନିରାଶ ହୋଇ ନିବେଶକମାନେ ଆଜି କଂପାନିର ସେୟାର ବିକ୍ରି କରିଥିଲେ। ଫଳରେ ସେୟାର ପିଛା ଦାମ୍ ୮.୬୨ ପ୍ରତିଶତ ହ୍ରାସ ପାଇ ୧୮୭୭ ଟଙ୍କାରେ ପହଞ୍ଚିଯାଇଛି।

‌ଗତ ସେପ୍ଟେମ୍ବର ୧୬ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ପିଛା ଦାମ୍ ୨୩୬୮ ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଲାଭ ହ୍ରାସ ପାଇବା ହେଉଛି କଂପାନି ସେୟାର ମୂଲ୍ୟରେ ଘଟିଥିବା ହ୍ରାସର ପ୍ରମୁଖ କାରଣ।

Leave A Reply

Your email address will not be published.