Latest Odisha News

BREAKING NEWS

‘ଭୁଲଭୁଲେୟା ୩’କୁ ଟକ୍କର ଦେଇ ଭୁଲ୍ କଲେ: ଆମୀର

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ରୋହିତ ଶେଟ୍ଟୀଙ୍କ ‘ସିଂଘମ ଏଗେନ’ ଏବଂ ଅନିସ୍ ବାଜମିଙ୍କ ‘ଭୁଲ୍ ଭୁଲେୟା ୩’ ଏକାସାଙ୍ଗରେ   ରିଲିଜ୍ ହୋଇଥିଲା।

ରିଲିଜ୍ ହେବାର ତିନି ସପ୍ତାହ ପରେ ଆକଳନରୁ ଜଣାପଡିଛି ଯେ ‘ଭୁଲ୍ ଭୁଲେୟା’ ବକ୍ସ ଅଫିସରେ ବାଜି ମାରିବାରେ ସଫଳ ହୋଇପାରିଛି। ଏହାରି ମଧ୍ୟରେ ଅଭିନେତା ଆମୀର ଖାନ ମଧ୍ଯ ‘ଭୁଲ ଭୁଲେୟା ୩’କୁ ଖୁବ୍ ପ୍ରଶଂସା କରିଛନ୍ତି।

ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆମିର ଖାନ ଏହି ଫିଲ୍ମର ପ୍ରଶଂସା କରୁଥିବାର ନଜର ଆସିଛି। ଭାଇରାଲ ହେଉଥିବା ସର୍ଟ କ୍ଲିପ୍‌ରେ ଆମୀର ଖାନ ନିର୍ଦ୍ଦେଶକ ଅନିସ୍ ବାଜମିଙ୍କୁ କହୁଛନ୍ତି ଯେ ସେମାନେ ଭୁଲ ଭୁଲେୟା ଫିଲ୍ମ ସହ ପ୍ରତିଦ୍ୱନ୍ଦ୍ୱିତା କରି ଭୁଲ୍ କରିଛନ୍ତି।

ଅପରପକ୍ଷରେ ବକ୍ସ ଅଫିସ କଲେକ୍ସନ ଦେଖିବାକୁ ଗଲେ ‘ଭୁଲ ଭୁଲେୟା ୩’ ୧୭ ଦିନ ମଧ୍ୟରେ ବକ୍ସ ଅଫିସରେ ୨୩୧.୪ କୋଟି ଟଙ୍କା ଆୟ କରିଥିବା ବେଳେ ‘ସିଂଘମ ଏଗେନ’ ୨୩୧.୨୬ କୋଟି ଟଙ୍କା ସଂଗ୍ରହ କରିଛି।

ଅଜୟ ଦେବଗନଙ୍କ ‘ସିଂଘମ ଏଗେନ’ରେ କରୀନା କପୁର, ରଣବୀର ସିଂ, ଦୀପିକା ପାଦୁକୋନ୍, ଅର୍ଜୁନ କପୁର, ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅପରପକ୍ଷରେ ‘ଭୁଲ ଭୁଲେୟା ୩’ରେ କାର୍ତ୍ତିକ ଆର୍ୟନ, ବିଦ୍ୟା ବାଲାନ୍, ମାଧୁରୀ ଦୀକ୍ଷିତ୍ ଏବଂ ତୃପ୍ତି ଡିମରି ନଜର ଆସିଛନ୍ତି।

Comments are closed.