ମୁମ୍ବାଇ: ବଲିଉଡର ଅଭିଜ୍ଞ ଓ ଲୋକପ୍ରିୟ କଳାକାର ଅମୀର ଖାଁ ଏବେ ପୂନର୍ବାର ବିଭିନ୍ନ କାରଣ ନେଇ ଚର୍ଚ୍ଚାରେ ରହିଛନ୍ତି । ଅମୀର ତାଙ୍କ ପ୍ରିୟ ନିର୍ଦ୍ଦେଶକ ମନସୁର ଖାଁଙ୍କ ୪ର୍ଥ ଫିଲ୍ମ କରିବାକୁ ଯାଉଛନ୍ତି । ପୂର୍ବରୁ ଉଭୟ କୟାମତ ସେ କୟାମତ ତକ, ଜୋ ଜିତା ୱହି ସିକନ୍ଦର ଓ ଅକେଲ ହମ ଅକେଲ ତୁମ ଫିଲ୍ମ ଏକତ୍ର କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ମନସୁରଙ୍କ ଲିଖିତ ପୁସ୍ତକ ୱାନ: ଦି ଷ୍ଟୋରୀ ଅଫ ଦି ଅଲଟିମେଟ ମିଥର କାହାଣୀ ଅମୀରଙ୍କ ବେଶ ପସନ୍ଦ ଆସିଛି । ମନସୁର ଏବେ ଏହି କାହାଣୀର ସ୍କ୍ରିନ ପ୍ଲେ ପ୍ରସ୍ତୁତ କରୁଛନ୍ତି । ଯଦି ସବୁ କିଛି ଠିକଠାକ ରୁହେ ଦୁଇ ସଫଳ ଯୋଡି ପୂନର୍ବାର ଏକତ୍ର ହେବେ ।
ଅବଶ୍ୟ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ମନସୁରଙ୍କ ପୁସ୍ତକର କାହାଣୀ ୨ ଅପରିଚିତଙ୍କୁ ନେଇ ଆରମ୍ଭ ହୋଇଛି । ଉଭୟ ପାର୍କରେ ପ୍ରଥମ ଥର ପାଇଁ ଭେଟ ହୋଇଛନ୍ତି । ସୋନଲ ଯିଏ କି ଜଣେ ସମାଜଶାସ୍ତ୍ରର ପ୍ରଫେସର ଓ ସକ୍ରିୟ କାର୍ଯ୍ୟକର୍ତା ଥିଲେ । ସେ ସ୍ମରଣ ଶକ୍ତି ହରାଇ ଦେଇଛନ୍ତି । ଅପରପକ୍ଷରେ ଅଭୟ ଏକ ପ୍ରସିଦ୍ଧ ଜେନେଟି ଇଞ୍ଜିନିୟର ଥିଲେ । ସେ ଏବେ ପଳାତକ ଘୋଷିତ ହୋଇଛନ୍ତି । ସେ ବୈଜ୍ଞାନିକଙ୍କ ଏକ ମାନ୍ୟତାକୁ ଚ୍ୟାଲେଞ୍ଜ ଦେଇଛନ୍ତି । ବିଚାରଧାରା, ଆଧୂନିକତା ଓ ବାସ୍ତବିକତାର ଧାରଣା ଉପରେ ଆଧାରିତ ।