ନୂଆଦିଲ୍ଲୀ: ବଲୁଚ ଲିବରେସନ ଆର୍ମିର ଏହି ନୂଆ ଦାବି ହଇଚଇ ମଚାଇଛି । ଜାଫର ଏକ୍ସପ୍ରେସ ଅପହରଣ ଘଟଣାରେ ନୂଆ ଚିଠି ଜାରି କରିଛି BLA. ଆଉ କହିଛି, ମିଛ କହୁଛନ୍ତି ପାକିସ୍ତାନ ସେନା ଓ ସରକାର। ବନ୍ଧକଙ୍କୁ ମୁକୁଳାଇବା ପାଇଁ ପାକିସ୍ତାନ ସରକାରଙ୍କୁ ୪୮ ଘଣ୍ଟାର ଅଲଟିମେଟମ୍ ଦିଆଯାଇଥିଲା । ଯାହା ପଣବନ୍ଦୀଙ୍କ ଜୀବନ ରକ୍ଷା କରିବାର ଶେଷ ସୁଯୋଗ ଥିଲା, କିନ୍ତୁ ପାକିସ୍ତାନ ସରକାର ତାଙ୍କ ଜିଦ୍ ଏବଂ ଅହଂକାର ଦେଖାଇଥିଲେ. ସେନା ପଠାଇ ବଲୁଚ ସ୍ବାଧୀନତା ପାଇଁ ଲଢୁଥିବା ସ୍ବତନ୍ତ୍ରତା ସେନାନୀଙ୍କ ବିରୋଧରେ ଆରମ୍ଭ କରିଥିଲେ ଅପରେସନ… ପାକିସ୍ତାନ ସରକାରଙ୍କ ଏହି ଜିଦ ପାଇଁ ୨୧୪ ବନ୍ଧକ ବଳି ପଡ଼ିଲେ ବୋଲି କହିଛି
ବଲୁଚ ଲିବରେସନ ଆର୍ମି ଏକଥା ମଧ୍ୟ କହିଛି ଯେ, ସେମାନେ ଅନ୍ତର୍ଜାତୀୟ ନିୟମକୁ ପାଳନ କରୁଛନ୍ତି… କିନ୍ତୁ ପାକିସ୍ତାନ ଜିଦ୍ରେ ଅଟ୍ଟଳ ରହିବାରୁ ଏଭଳି ହତ୍ୟା କରିବାକୁ ସେମାନେ ବାଧ୍ୟ ହୋଇଥିଲେ ।ଆଗକୁ ବଲୁଚ ସ୍ବାଧୀନତା ପାଇଁ ସଂଗ୍ରାମ ଜାରି ରହିବ । ସେପଟେ ଅପରେସନ ସଫଳ ହୋଇଛି, ବୋଲି ଗତକାଲି ଘୋଷଣା କରିଥିଲା ପାକିସ୍ତାନ ସେନା… ପାକିସ୍ତାନ ସରକାର କହିଥିଲେ, ସବୁ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ଅପରେସନରେ ସମସ୍ତ ୩୩ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି . କିଏ ସତ କହୁଛି, ବିଏଲଏ ନା ପାକିସ୍ତାନ ସରକାର. ବଲୁଚ ଲିବରେସନ ଆର୍ମିର ଏହି ଦାବି ପରେ ପୁଣି ହଲଚଲ ମଚାଇଛି. ପାକିସ୍ତାନୀ ସେନାର ବିଫଳତାକୁ ପଦାରେ ପକାଇଛି। ନିଜ ବିଫଳତାକୁ ଲୁଚାଇବାକୁ ଯାଇ ସରକାର ମିଛ କହୁଛନ୍ତି ବୋଲି ଚର୍ଚ୍ଚା ହେଉଛି . କାରଣ ଅପରେସନ ବେଳେ ଶତାଧିକ କଫିନ ଘଟଣା ସ୍ଥଳକୁ ନିଆଯିବା ଭିଜୁଆଲ ସାମନାକୁ ଆସିଥିଲା . ଯଦି ସମସ୍ ପଣବନ୍ଦୀଙ୍କୁ ଉଦ୍ଧାର କରାଯାଇଥିଲା, ତେବେ କାହିଁକି ଏତେ ସଂଖ୍ୟାରେ କଫିନ ଘଟଣାସ୍ଥଳକୁ ନିଆଯାଇଥିଲା ?
ମଙ୍ଗଳବାର ଦିନ ପେଶୱାର ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିନେଇଥିଲ ବଲୁଚ ଆତଙ୍କବାଦୀ . ବୋଲାନ ନିକଟରେ ଟ୍ରେନ୍ ଟ୍ରାକକୁ ବସ୍ଫୋରଣରେ ଉଡାଇ ଦେବା ସହ ଟ୍ରେନରେ ଥିବା ୩୫୦ରୁ ଅଧିକ ଯାତ୍ରୀଙ୍କୁ ପଣବନ୍ଦୀ ରଖିଥିଲା ବିଏଲଏ । ଯେଉଁମାନଙ୍କ ମଧ୍ୟରେ ୧୦୦ରୁ ଅଧିର ପାକିସ୍ତାନ ସେନାର ଜବାନ ଓ ଆଇଏସଆଇ ଅଧିକାରୀ ଥିଲେ . ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ୪୮ ଘଣ୍ଟାର ସମୟ ଦେଇଥିଲା ବିଏଲଏ. ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ କେତେକ ସର୍ତ୍ତ ରଖିଥିଲା ବିଏଲଏ । ଦୀର୍ଘ ୩୬ ଘଣ୍ଟା ଧରି ଚାଲିଥିଲା ଏହି ଅପରେସନ ।
Comments are closed.