Latest Odisha News

BREAKING NEWS

ଅଭିନେତ୍ରୀ ରାନ୍ୟା ରାଓଙ୍କ ସାଂଘାତିକ ଅଭିଯୋଗ, ପୋଲିସ ମାରିଛି ୧୦ରୁ ୧୫ ଚାପୁଡ଼ା

ନୂଆଦିଲ୍ଲୀ: ଦୁବାଇରୁ ସୁନା ଚୋରାଚାଲଣ ଅଭିଯୋଗରେ ଗିରଫ ହୋଇଥିବା ୩୪ ବର୍ଷିଆ ଅଭିନେତ୍ରୀ ରାନ୍ୟା ରାଓ ଆଣିଛନ୍ତି ସାଂଘାତିକ ଅଭିଯୋଗ । ରାନ୍ୟା ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି, ତାଙ୍କୁ ଗିରଫ ପରେ ୧୦ରୁ ୧୫ ଚାପୁଡା ମାଡ ମରାଯାଇଥିଲା । ପୋଲିସ କଷ୍ଟୋଡିରେ ଥିବା ବେଳେ ତାଙ୍କୁ ଶୋଇବାକୁ ବି ଦିଆଯାଇନଥିଲା । ଖାଇବାକୁ ଖାଦ୍ୟ ନଦେବାକୁ ଧମକ ଦେଉଥିଲେ ପୋଲିସ ଅଧିକାରୀ ।

ରାନ୍ୟା ଅଭିଯୋଗ କରିଛନ୍ତି, ପୋଲିସ ତାଙ୍କୁ କିଛି କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ତେବେ ସେ ଏହାକୁ ପ୍ରଥମେ ଅସ୍ବୀକାର କରିବାରୁ ତାଙ୍କୁ ଅତ୍ୟାଚାରର ସାମ୍ନା କରିବାକୁ ପଡିଛି । ପୁରା ଘଟଣାରେ ସେ ନିର୍ଦୋଷ, ତାଙ୍କୁ ଫସାଇ ଦେବାକୁ ଚେଷ୍ଚା କରି ଏମତି କରାଯାଉଥିବା ରାନ୍ୟା ଏକ ଚିଠିରେ ଉଲ୍ଲେଖ କରିଛନ୍ତି । ଆହୁରି ରାନ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କଠାରୁ ପ୍ରାୟ ୬୦ ପୃଷ୍ଟା ସମ୍ବଳିତ ଦସ୍ତାବିଜରେ ଦସ୍ତଖତ କରାଯାଇଛି, ଯେଉଁଥିରେ ପ୍ରାୟ ୪୦ ପୃଷ୍ଟା ଖାଲି ଥିଲା ।

ପୋଲିସ କଥା ନମାନିଲେ, ତାଙ୍କ ବାପାଙ୍କୁ ଏଥିରେ ସମ୍ପୃକ୍ତ ଥିବା ଦର୍ଶାଯିବ ବୋଲି ପୋଲିସ ତାଙ୍କୁ ଧମକ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ରାନ୍ୟା । ଗତ ୩ ମାର୍ଚ୍ଚ, ୨୦୨୫ରେ, ୩୪ ବର୍ଷୀୟ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇରୁ ୧୪ କିଲୋ ସୁନା କାରବାର ସହିତ ଗିରଫ କରାଯାଇଥିଲା। ଏହି ସୁନାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ବୋଲି କୁହାଯାଇଥିଲା। ଗିରଫ ପରେ ଜାମିନ୍ ଖାରଜ ହେବାରୁ ରାନ୍ୟାଙ୍କୁ ଜେଲ୍ ପଠାଇ ଦିଆଯାଇଛି ।

Comments are closed.