Latest Odisha News

BREAKING NEWS

କେଜିଏଫ୍‌ ନିର୍ମାତାଙ୍କୁ କ୍ଷମା ମାଗିଲେ ଅମୀର

ନୂଆଦିଲ୍ଲୀ: ଫିଲ୍ମ କେଜିଏଫ୍‌ ୨ର ନିର୍ମାତା ଏବଂ ଅଭିନେତା ୟଶ୍‌ଙ୍କୁ କ୍ଷମା ମାଗିଛନ୍ତି। କେଜିଏଫ୍‌ ୨ ଏବଂ ଲାଲ୍‌ ସିଂ ଚଢାର ରିଲିଜ ଡେଟ୍‌ ଏକାସାଙ୍ଗେ ରହିଥିବାରୁ ଅମୀର ଏପରି କରିଥିବା ଜଣାପଡ଼ିଛି। ହଲିଉଡର କ୍ଲାସିକ୍ ଫରେଷ୍ଟ ଗୁମ୍ପର ଅଫିସିଆଲ୍ ରିମେକ୍ ଲାଲ ସିଂ ଚଢା ଓ କେଜିଏଫ୍ ୨ ଏକାସାଙ୍ଗେ ରିଲିଜ କରିବ। ଦୁଇଟିଯାକ ଫିଲ୍ମ ଏପ୍ରିଲ୍ ୧୪ ରେ ମୁକ୍ତିଲାଭ କରିବ। ମହାମାରୀ ଯୋଗୁ ଅନେକ ଥର ବିଳମ୍ବ ହେବା ପରେ ଏହି ତାରିଖ ନିର୍ଣ୍ଣୟ କରାଯାଇଥିଲା।

ସେ କହିଛନ୍ତି ଯେ ମୁଁ ଏହି ଧାରଣାକୁ ପସନ୍ଦ କରେ ନାହିଁ। ଯେହେତୁ ମୁଁ ମୋ କ୍ୟାରିୟରରେ ପ୍ରଥମ ଥର ପାଇଁ ଜଣେ ଶିଖ୍‌ଙ୍କ ଭୂମିକାରେ ଅଭିନୟ କରୁଛି ସେଥିପାଇଁ (୧୪ ଏପ୍ରିଲ) ଲାଲ ସିଂ ଚଢା ରିଲିଜ ପାଇଁ ସବୁଠାରୁ ଉପଯୁକ୍ତ ତାରିଖ ମନେ ହେଉଥିଲା। , ”ତାରିଖ ପସନ୍ଦ ପଛର କାରଣ ବର୍ଣ୍ଣନା କରି ସେ କହିଛନ୍ତି।

Comments are closed.